କ୍ଵାରେନଣ୍ଟାଇନରୁ ଫେରିବା ପରେ ଝିଅକୁ ଘରେ ପୂରାଇଲେ ନାହିଁ ବାପା…

ଛତ୍ରପୁର (ସମୃଦ୍ଧ ଓଡିଶା) କ୍ଵାରେନଣ୍ଟାଇନରୁ ଫେରିବା ପରେ ଗୋଟେ ଝିଅକୁ ଘରେ ନିଜ ବାପା ପୂରାଇ ନ ଥିବା ଜଣାପଡିଛି । ସୂଚନା ଯେ, କିଛି ଦିନ ତଳେ ଗୋଟେ ଝିଅ ଚେନାଇରୁ ଫେରି ଆସିଥିବା ଓଡିଆ ପ୍ରବାସୀ ପ୍ରଶାସନ ପକ୍ଷରୁ କ୍ଵାରେନଣ୍ଟାଇନରେ ରହିଥିଲେ । କ୍ଵାରେନଣ୍ଟାଇନ ଅବଧି ଶେଷ ହେବା ପରେ ସେହି ଝିଅର ଗ୍ରାମ ବିପିଳିଙ୍ଗିକୁ ସୁରକ୍ଷିତ ଭାବେ ଛତ୍ରପୁର ବ୍ଳକର ଗାଡିରେ ନିଜ ଘର ବିପିଳିଙ୍ଗି ଗାଁକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଝିଅର ବାପା ଘରେ ପୂରାଇ ନ ଥିଲେ । ଏହାପରେ ସେହି ଝିଅଟି ସେହି ଦିନ ରାତିରେ ଛତ୍ରପୁର ଲୟର ବସଷ୍ଟାଣ୍ଡ ଠାରେ ରାତି ସାରା ଏକୁଟିଆ ବାହାରେ ବସି ରାତିଟିକୁ କାଟିଥିଲେ । ସକାଳ ହେବା ପରେ ବସଷ୍ଟାଣ୍ଡ ନିକଟରେ ଝିଅଟିକୁ ବୁଲୁଥିବା ଦେଖି ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଛତ୍ରପୁର ଥାନା ଏସ୍ ଡିପିଓଙ୍କୁ ଜଣାଇଥିଲେ । ଏହି ଖବର ପାଇ ସାଙ୍ଗେ ସାଙ୍ଗେ ସେଇ ଝିଅଟିର ଭଲ ମନ୍ଦ ବୁଝି କହିଥିଲେ ତୁମ୍ଭେ ପୋଲିସ ଥାନା ମହିଳା ଡେସ୍କରେ ରହିବ । ଥାନା ଅଧିକାରୀ ଆସି ସବୁକଥା ବୁଝିଲା ପରେ ମହିଳାଙ୍କୁ ଥାନାରେ ରଖାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା