କ୍ଷତିଗ୍ରସ୍ତ ବିପନ୍ନ ଲୋକଙ୍କୁ ସାକ୍ଷାତ କଲେ ପାରଲାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଲାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମଙ୍ଗଳବାର ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତ ଅଧିନ କୁଲଙ୍ଗ ଗ୍ରାମ ଗ୍ରସ୍ତ କରିଛନ୍ତି । ସେଠାରେ ପାହାଡ ଧସି ଘର ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବିଧାୟକ ଭେଟି ଥିଲେ । ବିପନ୍ନଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ଗ୍ରାମର ସ୍ଥିତି ପରଖିଥିଲେ । ଲୋକଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରି ବିପନ୍ନଙ୍କ କ୍ଷତିପୁରଣ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ପରେ ବିଧାୟକ ଗୃହ ହୀନଙ୍କୁ ଶୀତବସ୍ତ୍ର ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା