ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋଠାରେ ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜଳେଶ୍ୱର ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଗଣେଶ ଚନ୍ଦ ଜେନା ସଂଗଠନର ଲାଲ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଥିଲେ । ୟୁନୀୟନର ମୟୂରଭଂଜ ସଭାପତି ବିକର୍ତ୍ତନ କବି ପ୍ରାରମ୍ଭରେ ବିପ୍ଳବୀ ସଂଗୀତ ଗାନ କରିବା ପରେ ରାଜ୍ୟ ନେତା ନିର୍ମଳ ନାୟକ ଏହାକୁ ଉଦଘାଟନ କରିଥିଲେ । ଶିତାଂଶୁ ସେନାପତି, ମାମୀ ପଣ୍ଡା, ପଲ୍ଟୁ ଦାସ, ରାଜପୁର ସରପଂଚ ଦିଲ୍ଲିପ ପରିଡା ଉଦଘାଟନୀ ଅଭିଭାଷଣ ରଖିବା ପରେ ବ୍ଲକ କମିଟି ସଂପାଦକ ସେକ୍ ଅବଦୁଲ ଦାଦ୍ଦିକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ସମ୍ମିନଳୀରେ ଦିପ୍ତିମାନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଶେଷରେ ମଦନ ମହାଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୪ବର୍ଷ ପାଇଁ ୧୩ଜଣିଆ ବ୍ଲକ୍ କମିଟି ଗଠନ କରାଯାଇଥିଲା । ସଭାପତିରୂପେ ଦିପ୍ତିମାନ ଆଚାର୍ଯ୍ୟ, ସଂପାଦକ ଭାବେ ସେକ୍ଅବଦୁଲ ଦାଦ୍ଦିକ ନିର୍ବାଚତ ହୋଇଥିବା ବେଳେ ଆସନ୍ତା ୨୫ ତାରିଖ ଦିନ ଚାଷୀମାନଙ୍କର ୧୨ଦଫା ଦାବୀ ପୂରଣ ପାଇଁ ବ୍ଲକ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା । ଶେଷରେ କୃଷକ ସଭାର ବ୍ଲକ ସଂପାଦକ ରବିନ୍ଦ୍ର ବାରିକ ଉଦଯାପନୀ ଭାଷଣ ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା