



ନିଶ୍ଚିନ୍ତକୋଇଲି(ସମୃଦ୍ଧଓଡିଶା) ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ସ୍ଥିତ କ୍ଷେତ୍ରମୋହନ ବିଦ୍ୟାପୀଠ ତରଫରୁ ଏନ୍.ସି.ସି. କ୍ୟାଡେଟ୍ ,ସ୍କାଉଟ ଗାଇଡ଼, ଜେ.ଆର୍.ସି. ଛାତ୍ର/ଛାତ୍ରୀମାନଙ୍କ ଦ୍ବାରା ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହାକୁ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲୀପ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ ସଚେତନତା କରାଇବା ସହ ଆୟୋଜନର ସମସ୍ତ କର୍ମକର୍ତା ଓ଼ ଛାତଛାତ୍ରୀଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟ୍ୟରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ,ବିଦ୍ୟାଳୟ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲକ୍ଷ୍ମୀପ୍ରିୟା ପଣ୍ଡା, ଏନ୍.ସି.ସି.ଅଫିସର ମହେନ୍ଦ୍ର କୁମାର ଘଡେଇ , ସରପଞ୍ଚ ରାକେଶ କୁମାର ସାମଲ,ନିଶ୍ଚିନ୍ତକୋଇଲି ଥାନା ଆଇ.ଆଇ.ସି.ଯୁଗଳ କିଶୋର ଦାସଙ୍କ ସହିତ ଥାନାର କର୍ମକର୍ତା ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରବିନାରାୟଣ ସାହୁ, ଜଗଦୀଶ କର, ମନୋଜ କୁମାର ରଥ, ପ୍ରିୟବ୍ରତ ସାମଲ, ଝରାଶ୍ରୀ ଭଦ୍ର, ଅରୁନ୍ଧତି ଦାସ, ଲକ୍ଷ୍ମୀପ୍ରିୟା ନାୟକ, ପ୍ରଶାନ୍ତ କୁମାର ସ୍ଵାଇଁ, ଶରତ କୁମାର ପରିଡ଼ା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଗାଡି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା ଓ଼ ସିଟ ବେଲ୍ଟ ବାନ୍ଧିବାକୁ ପରାମର୍ଶ ଦିଆଯାଇଥିଲା ବେଳେ ଟ୍ରାପିଂକ ନିୟମ ଉଲଘଂନକାରୀଙ୍କୁ ଗୋଲାପ ଫୁଲ ଓ ଲିଫଲେଟ ପ୍ରଦାନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା । ଶେଷରେ କ୍ୟାଡେଟ, ସ୍କାଉଟ, ଜୁନିୟର ରେଡକ୍ରସ ଛାତ୍ର/ଛାତ୍ରୀମାନେ କଟରପଡ଼ା, ମୁରଦାବାଦ, ଗୌଡ଼ବିଶ, ପିଠାପଡ଼ା ଗ୍ରାମରେ ପ୍ଲାକାର୍ଡ ଧରି ବିଭିନ୍ନ ଶ୍ଲୋଗାନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର