

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରୀ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ଜଗଦୀଶ ନାହାକ କ୍ୟାନ୍ସର ପରି ମାରାତ୍ମକ ରୋଗରେ ଆକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ବାପା ବିପିନ ନାହାକ ଅତି ଗରିବ ହେତୁ ଜଗଦୀଶଙ୍କୁ ଚିକିତ୍ସା କରିବା ପାଇଁ ଅସମର୍ଥ ଅଟନ୍ତି । ତଥାପି ତାର ବାପା ୠଣ କରି ତାକୁ ଏଆଇଆଇଏମଏସ ଭୁବନେଶ୍ୱରରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ । ହେଲେ ସେ ଅର୍ଥ ଅଭାବରୁ ଚିକିତ୍ସା କରିବା ପାଇଁ ବର୍ତ୍ତମାନ ଅସମର୍ଥ ହୋଇ ପଡିଥିବାରୁ ଗତକାଲି ଜଗଦୀଶର ବାପା ଓ ଜଗଦୀଶ ପଢ଼ୁଥିବା ସ୍କୁଲର ଏସଏମସି ଚେୟାର ପର୍ଶନ ଲିଙ୍ଗରାଜ ନାହାକ, ଶିକ୍ଷକ ଅଜିତ କୁମାର ସେଠି, ଜୟକୃଷ୍ଣ ବେହେରା, ମନୋଜ କୁମାର ତ୍ରିପାଠୀ ଓ ଡ଼. ଜେ କୁର୍ମା ରାଓଙ୍କ ସହଯୋଗ କ୍ରମେ ଜଗଦୀଶକୁ ଧରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ନିଜ ଦୁଃଖ ଓ ଅସହାୟତାକୁ ପ୍ରକାଶ କରିଥିଲେ । ଏହାପରେ ଜିଲ୍ଲାପାଳ ତାଙ୍କ ଦୁଃଖ ଏବଂ ଅସହାୟ କଥା ଶୁଣି ପ୍ରଥମେ ୨୦,୦୦୦ ଟଙ୍କା ପ୍ରଦାନ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସହାୟତା ପ୍ରଦାନ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକୁ ଜଗଦୀଶର ଏପରି ଅବସ୍ଥାର ଖବର ଶୁଣି କଣମଣା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗର ହାତ ବଢ଼ାଇବା ସହିତ ତାଙ୍କ ପରିବାରକୁ ୫୮୦୦ ଟଙ୍କା ସହାୟତା ପ୍ରଦାନ କରି ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

