

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶାଖାପାଟଣା ସ୍ଥିତ ଏଚ.ସି.ଜି ମେଡିକାଲରେ କେନ୍ସର ରୋଗର ଚିକିତ୍ସା କରୁଥିବା ରଙ୍ଗୁଣି ବନ୍ଦ ସାହିର ସୁଜାତା ବେହେରା, ତିନିଜଣ ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ଯିବା ଆସିବା ଓ ରହିବା ପାଇଁ ୩୦୦୦/- ଟଙ୍କା ଆର୍ଥିକ ସହାୟତା ପାଇଁ ସମାଜସେବୀ ତଥା ଆଇନଜୀବି ପ୍ରଣବ କୁମାର ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ଗତକାଲି ସନ୍ଧ୍ୟାରେ ଶ୍ରୀ ପଣ୍ଡାଙ୍କ ସମେତ କଳାଞ୍ଜଳୀ ଆର୍ଟିଷ୍ଟ ଟ୍ରଷ୍ଟର ରାମେଶ୍ୱରୀ ନନ୍ଦ, ମହିଳା ଆଇନଜୀବି ସିରିନ ତମନା, ଶ୍ରଦ୍ଧାଞ୍ଜଳି ପାଢ଼ୀ, ବିଜୟରାମ ପାଣିଗ୍ରାହୀ, ବିଶ୍ୱ ହିନ୍ଦୁ ପରିଷଦର ରମାକାନ୍ତ ନନ୍ଦ ଓ ମନୋଜ କୁମାର ଆଚାରୀଙ୍କ ଉପସ୍ଥିତିରେ ଆର୍ଥିକ ୨୫୦୦/- ଟଙ୍କା ଓ ଯିବା ଟ୍ରେନ ଟିକେଟ ପ୍ରଦାନ କରିବା ସହିତ ଆଗକୁ ମଧ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।