



ରାଉରକେଲା(ସମୃଦ୍ଧଓଡିଶା) ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପରିବର୍ଦ୍ଧିତ କାର୍ଯ୍ୟାଳୟ କୁ ମହାସଭାର ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହା ସହ ଶ୍ରୀ ରାୟ ବାର ହାତ ଖଡ୍ଗ କୁ ପୂଜା କରିବା ସହ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତ୍ୟେକ ଖଣ୍ଡାୟତ କ୍ଷତ୍ରିୟ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ସହଭାଗିତା ଓ ଐକ୍ୟବଦ୍ଧତା ଉପରେ ଶ୍ରୀ ରାୟ ଗୁରୁତ୍ୱାରୋପ କରିଥିଲେ । ସାଧାରଣ ସମ୍ପାଦକ ଶଶଧର ପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ଓ ଶ୍ରୀ ରାୟଙ୍କ ସହଯୋଗରେ ଖଡ୍ଗ ଭବନ ଓ କାର୍ଯ୍ୟାଳୟର ପରିବର୍ଦ୍ଧିତ ରୂପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଓ ଉପସଭାପତି ଶମ୍ଭୁନାଥ ପରିଡା ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଓ ମହିଳା ସଦସ୍ୟା ମାନେ ବହୁସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ହରିହର ରାଉତରାୟ ଓ ପି ପି ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ