ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ସହରରେ ଗାଈ ଓ ଗୋରୁଙ୍କ ରାଜପଥରେ ଆଡ଼ାସ୍ଥଳୀ ଵନିଯାଇଥିଲା । ସହର ସାରା ର୍ନିଦ୍ୱନ୍ଦରେ ବୁଲୁଥିଲେ ଗାଈ ଗୋରୁ ମାନେ । ଯାହା ଫଳରେ ଯାନବାହନ ଚଳାଚଳ ଆଉ ସହଜ ହୋଇପାରୁନଥିଲା । ଗତ କିଛି ଦିନ ହେବ ୫୯ ନଂ ଜାତୀୟ ରାଜପଥ ତଥା ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଛକ ଟାରେ ଏକ ସିମେଂଟ ବୋଝେଇ ଟ୍ରକ ଚାପରେ ୬ ଟି ଗାଇର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଇ ଗୁରୁତର ଆହତ ହୋଇଥିଲା । ଏହି ଘଟଣାର ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ପୌର ପ୍ରଶାସନର ଚେତା ପଶିଥିଲା । ଦୂର୍ଘଟଣାର ପରବର୍ତ୍ତି ସମୟ ପରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ଗାଇ ଗୋରୁମାନଙ୍କୁ ରାସ୍ତା ଉପରକୁ ନ ଛାଡ଼ିବା ପାଇଁ ଗାଇଗୋରୁ ମାଲିକ ମାନଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ପରିତାପର ବିଷୟ ହେଉଛି ଗାଇଗୋରୁ ମାଲିକମାନେ ପ୍ରଶାସନ ନିର୍ଦ୍ଧେଶକୁ ବେଖାତିର କରି ପୁଣି ଗାଇଗୋରୁ ମାନଙ୍କୁ ଯତ୍ନରେ ନ ରଖି ବାହାରକୁ ଛାଡି ଦେଉଥିଲେ । ହେଲେ ଆଜି ଏହାର ପୌର ପ୍ରଶାସନ ପକ୍ଷରୁୂ ପ୍ରତିକାର ହୋଇଛି । ରାଜପଥରେ ଶୋଇରହିଥିବା ଓ ବୁଲୁଥିବା ଗାଈ ଓ ଗୋରୁ ମାନଙ୍କୁ ଗାଈ ଧରିବା ଯାନରେ ଗାଈ ମାନଙ୍କୁ ନେଇ ଏକ ସତନ୍ତ୍ର ଜାଗାରେ ରଖାଯାଇ ମାଲିକ ମାନଙ୍କୁ ଜୋରିମାନ କରାଯିବ ବୋଲି କୁହାଯାଇଛି । ଏହା ଆଗାମୀ ଦିନରେ ଆହୁରି କାଯ୍ୟକାରିତା ହେବ ବୋଲି ପୌରପରିଷଦ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କଠାରୁ ସୂଚନା ମିଳିଛି । ଏହି ଖବର ପ୍ରକାଶ ପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ କାଯ୍ୟ ଆରମ୍ଭ କରିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା