
ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୟାଭହତା ଭିତରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନେ ଆକ୍ରମଣର ଶୀକାର ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣ ଆଉ କେହି କରୁ ନାହାନ୍ତି, ବରଂ ଦୁଇଜଣ ଫରେଷ୍ଟଗାର୍ଡ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଜି କଳିଙ୍ଗର କ୍ୟାମେରାମ୍ୟାନ ଚିତରଞ୍ଜନ ଖୁଂଟିଆଙ୍କୁ ଆକ୍ରମଣ ହୋଇଛି । ନେଚରକ୍ୟାମ୍ପର ଦୁଇ ପରେଷ୍ଟଗାର୍ଡ ଏହି ଆକ୍ରମଣ କରିଛନ୍ତି । ଏହି ସମୟରେ କନକ ନ୍ୟୁଜର ସାମ୍ବାଦିକ ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବାବେଳେ ତାଙ୍କୁ ମଧ୍ୟ ପେଲାଠେଲା କରାଯାଇଛି । ନେଚରକ୍ୟାମ୍ପ ଭିତରେ ମଦ ବୋତଲ ଥୁଆ ହୋଇଥିବାର ଦୃଶ୍ୟ କାଳେ କ୍ୟାମେରାରେ ଉଠାଯାଇଛି ବୋଲି ସନ୍ଦେହ କରି ଦୁଇ ଫରେଷ୍ଟଗାର୍ଡ ଏହି ଅଚାନକ ଆକ୍ରମଣ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର