ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପରିବା ବଜାର ଟ୍ରକ ଖଲାସି ସଂଘର ବାର୍ଷିକ ସାଧାରଣ ଅଧିବେଶନ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖଲାସିମାନଙ୍କୁ ଶ୍ରମିକ ପରିଚୟପତ୍ର ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି । ଏ ଦିଗରେ ଶ୍ରମ ବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି । ନଚେତ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ସଭାରେ ସଂଘ ସଭାପତି ତଥା ଆଇଏନଟିୟୁସି ଜିଲ୍ଲା ସଭାପତି ଆଇନଜୀବୀ ପୀତବାସ ପଣ୍ଡା ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଶୋଷଣ ନୀତିର ସମାଲୋଚନା କରିବା ସହ ପ୍ରଚଳିତ ଶର୍ମା ଆଇନ ଅନୁସାରେ ଅବହେଳିତ ହୋଇ ରହିଥିବା ଖଲାସିମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅଧିବେଶନରେ ସର୍ବ ସମ୍ମତକ୍ରମେ ଗୃହୀତ ପ୍ରସ୍ତାବରେ ଖଲାସିଙ୍କୁ ବୀମାଭୁକ୍ତ କରାଯିବା, ସରକାରଙ୍କ ସ୍ୱାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ, ପରିବାର ପିଲାଙ୍କୁ ମାଗଣାରେ ପ୍ରାଥମିକ ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଆଇନଜୀବୀ ବସନ୍ତ କୁମାର ପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ବେହେରା, ବୁଲୁ ନାୟକ, କୁନା ପାତ୍ର, ସନ୍ତୋଷ ପାତ୍ର, ରବୀନ୍ଦ୍ର ଗୌଡ଼, ଶ୍ରୀରାମୁଲୁ ପାତ୍ର, ବୁଲୁ ପାତ୍ର, ମୋହନ ପାତ୍ର, ବାସୁଦେବ ନାୟକ ପ୍ରମୁଖ ଖଲାସିଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା