ଖଲ୍ଲିକୋଟରେ କଂଗ୍ରେସ କର୍ମୀ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୧୩ ନମ୍ବର ଜୋନ ପରିଷଦର କନକା ପଞ୍ଚାୟତର ଢାଳଖାଇ ମନ୍ଦିର ପରିସରରେ ଆଜି ଏକ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀ ଜୋନ ସଭାପତି ମେଘନାଦ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଖଲ୍ଲିକୋଟ ନିର୍ଵାଚନ ମଣ୍ଡଳର ଆଶାୟୀ ପ୍ରାର୍ଥୀ ଭୋକାଲି ସେଠି, ପଣ୍ଡବ ଜାଲି, ଦୀନବନ୍ଧୁ ଅଧିକାରୀ ଯୋଗଦେଇ ଆସନ୍ତା ନିର୍ବାଚନରେ ଯିଏ ବି ଦଳୀୟ କର୍ମୀ ପାଇବ ସମସ୍ତେ ମିଳି ମିଶି କାର୍ଯ୍ୟ କରିବେ ବୋଲି ଏକ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଯିବ ବୋଲି କର୍ମୀମାନେ ଶପଥ ନେଇଥିଲେ । ଏହାସହ ବିଜେଡି ଓ ବିଜେପିର କର୍ମୀ ନେତା, ମଦ, ଗୁଣ୍ଡାରାଜ ବିରୁଦ୍ଧରେ ଗାଁ ଗାଁରେ ପ୍ରଚାର କରାଯିବା ସହ ଦୁର୍ନୀତି, ଭ୍ରଷ୍ଟାଚାର ନବୀନ ସରକାରକୁ ହଟାଇବାକୁ ବକ୍ତାମାନେ କହିଥିଲେ । ବିଜେପି ଦଳ ଏକ ମିଛୁଆ ମାନଙ୍କର ଦଳ ଦେଶକୁ ରକ୍ଷା କରିବାକୁ ହେଲେ ମୋଦି ସରକାରକୁ ହଟାଇବା ନିହାତି ଦରକାର ବୋଲି କର୍ମୀ ସମ୍ମିଳନୀରେ ବକ୍ତାମାନେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବିଶ୍ୱଜିତ ତରେଇ, ସୁଜ୍ଞାନୀ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଦିଲୀପ ଜେନା, ଅଭିରାମ ମହାଙ୍କୁଡ, ପ୍ରଭାତ ସାମନ୍ତରା, ବଳରାମ ନାୟକ, ଟୁନା ନାୟକ, ଦିଲୀପ ନାୟକ, ହରି ପାତ୍ର, ଦେବରାଜ ତରେଇ, ପବିତ୍ର ମାଲ୍ଲ, ନାରାୟଣ ବେହେରା, ପ୍ରତାପ ଗୌଡ଼, ନବ ପ୍ରଧାନ, ରାଜୀବ ସାହୁ, ଦୀପକ କୋଡ଼ିଆରୀ, ବିଚିତ୍ରା ନନ୍ଦ ଜାଲି, ସନ୍ତୋଷ ସାହୁ, ତ୍ରିନାଥ ଜାଲି, ଭ୍ରମର ନାହକ, ଲମ୍ବୋଦର ବେହେରା, ସୁରେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା