ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଆଜି ଅବକାରୀ ବିଭାଗର ଅବକାରୀ ଇନିସପେକ୍ଟର ଛତ୍ରପୁର ଦିପ୍ତିମୟୀ ସାହୁ, ଖଲିକୋଟ ଅବକାରୀ ଥାନା ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଷ୍ଟାଫଙ୍କ ଦ୍ୱାରା ଖଲ୍ଲିକୋଟ ଓ ରମ୍ଭା ଥାନା ଅଞ୍ଚଳରେ ଚଢ଼ାଉ କରି ଚୋରା ଦେଶୀ ମଦ କାରବାରରେ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ଚଢ଼ାଉରେ ବେଗୁନିଆପଡା ଅଞ୍ଚଳର ସୁନୀଲ ସ୍ୱାଇଁ, ବ୍ରହ୍ମପୁରର ହୁଗୁଳାପାଟ ଗ୍ରାମର ଅଜିତ ନାୟଏ ଓ ମୋହନାର ଆଶିଷ ପଟ୍ଟନାୟକ ନାମରେ ଅବକାରୀ ଥାନା କେସ ନଂ ୮,୯,୧୧/୨୦-୨୧ ମାମଲା ରୁଜ୍ଜୁ କରାଯାଇଛି । ସେମାନଙ୍କ ନିକଟରୁ ୨୬୦ ଲିଟର ବେଆଇନି ଦେଶୀ ମଦ ସହିତ ଦୁଇ ଗୋଟି ମୋଟର ସାଇକେଲ ଜବତ କରାଯାଇଛି । ଲକଡାଉନ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦର ସୁଯୋଗ ନେଇ ବେଆଇନି ମଦ କରବାର ବଢି ଯାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ବୋଲି ଅବକାରୀ ବିଭାଗ ତରଫରୁ କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା