ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୧୨ ନମ୍ବର ଜୋନ ଅନ୍ତର୍ଭୁକ୍ତ ଚିକିରି, କୋମୋଡ଼, କ.ଏଲ.ପୁର, ମଥୁରା, ପଞ୍ଚମା, ଧାନପୁର ପ୍ରଭୁତି ଗ୍ରାମ ପଞ୍ଚାୟତର କଂଗ୍ରେସ କର୍ମୀମାନଙ୍କୁ ନେଇ ବଳରାମ ପଲ୍ଲୀ ଗ୍ରାମରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ନିର୍ବାଚନରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ବିଜୟୀ କରିବାକୁ ବୁଥ୍ ସ୍ତରରେ କାମ କରିବା, ଦୁନୀତି ଗ୍ରସ୍ତ ବିଜେଡି ଓ ସଂପ୍ରଦାୟିକତା ବାଦି, ମିଥ୍ୟାବାଦୀ ବିଜେପି ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ସହ ଦୀର୍ଘ ୪୦ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରେ ବିକାଶ ହୋଇନଥିବା ବକ୍ତାମାନେ ପ୍ରକାଶ କରିଥିଲେ । ଅଞ୍ଚଳର ଲୋକମାନେ କାମଧନ୍ଧାର ଅଭାବରୁ ସୁରଥ ଯାଉଥିବା, ଜିଲ୍ଲାରେ ଆଇନ ଶୃଙ୍ଖଳାର ଅବନତି ସାଙ୍ଗକୁ ନବୀନ ପଟ୍ଟନାୟକଙ୍କ ଶାସନରେ ମଦ ବୃଦ୍ଧିକୁ ବକ୍ତା ମାନେ ନିନ୍ଦା କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, ଭୋକାଲି ସେଠି, ପଣ୍ଡବ ଯାଲି, ଦୀନବନ୍ଧୁ ଅଧିକାରୀ, ବିଶ୍ୱଜିତ ତରେଇ, ସୁଦର୍ଶନ ଖୁଣ୍ଟିଆ, ପ୍ରଦୀପ ମହାରଣା, ବୁକୁ ଖୁଣ୍ଟିଆ, ମେଘନାଦ ଦଳେଇ, ଅଭିରାମ ଗୌଡ଼, ଅଜୟ ପଣ୍ଡା, ଫକୀର ମହାନ୍ତି, ରାଜେନ୍ଦ୍ର ସେଠି, ସନ୍ତୋଷ ନାୟକ, ଶ୍ରୀକାନ୍ତ ମହାରଣା, କାଁହୁ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା