ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମୋହନା ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା(ଓଏଏସ୍) ଯୋଗ ଦେଇ “ଦୁର୍ଗା ପ୍ରତି” ଶୀର୍ଷକରେ କବିତା ଆବୃତ୍ତି କରିବା ସହ ନାରୀ ମାନଙ୍କର ସାମାଜିକ ସମସ୍ୟା ତଥା ଲିଙ୍ଗଗତ ପ୍ରଭେଦ ଉପରେ ରେଖାପାତ କରିଥିଲେ । ଏହାସହ ସମ୍ମାନୀତ ଅତିଥି ଭାବେ କାହ୍ନା ଚାରିଟେବଲ୍ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବା କ୍ଷେତ୍ରରେ ବ୍ରତୀ ହେବା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରବିନ୍ ହୁଡ ଆର୍ମିର ବ୍ରହ୍ମପୁର ଶାଖା ପରିଚାଳିକା ସ୍ଵେଚ୍ଛାସେବୀ ଶ୍ରୀମତୀ ଟାଟା ବିଜୟଲକ୍ଷ୍ମୀ ଉପସ୍ଥିତ ରହି ଭାରତର ଖାଦ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ କରାଯାଇଥିବା “ରଚନା ଲିଖନ” ପ୍ରତିଯୋଗିତାରେ ସଫଳତା ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କୁଳସଚିବ ଦିଲୀପ କୁମାର ବଳ, ପରିକ୍ଷା ନିୟନ୍ତ୍ରକ ଡଃ ପବିତ୍ର ମୋହନ ନନ୍ଦ, ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ, ବିତ୍ତ ନିୟନ୍ତ୍ରକ ଶ୍ରୀମତୀ ମିନତୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଥିଲେ । ଶେଷରେ ସହକାରୀ ପ୍ରଫେସର ଡଃ ଶାରଦା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରି କର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।