

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର କାୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଦିନରାତି ଉଦ୍ୟମ ଚାଲିଛି । ଏହି ପରିପେକ୍ଷିରେ ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରୀୟରଂଜନ ପୃଷ୍ଠି ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗ୍ରସ୍ତ କରି ସେଠାରେ କୋରେନଣ୍ଟାଇନ୍ ରେ ଥିବା ବ୍ୟକ୍ତି ମାନଙ୍କ ସମସ୍ୟା ବୁଝିବା ସହ ଗ୍ରାମାଞ୍ଚଳରେ ଲକ୍ ଡାଉନ୍ କୁ ନ ମାନି ଅଜଥା ବାହାରେ ବୁଲୁଥିବା ବ୍ୟକ୍ତିମାନଙ୍କୁ ତାଗିତ କରିବା ପାଇଁ ସ୍ଥାନିୟ ପୋଲିସ ସହ ଆଲୋଚନା କରିଥିଲେ । ଏହି ଗ୍ରସ୍ତ ବେଳେ ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା, ତହସିଲଦାର ଚକ୍ରଧର ପାଢ଼ି ଓ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ଉପସ୍ଥିତ ଥିଲେ । ଏହାସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଭିଏଲ୍ ଡବ୍ଲୁ, ଆସାକର୍ମୀ ଓ ଜିଆରଏସ୍ ମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
