ଖଲ୍ଲିକୋଟ ହିଂସା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଗଞ୍ଜାମ ଏସ.ପି.

ଖଲ୍ଲିକୋଟ (ସମୃଦ୍ଧଓଡିଶା) ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସା ଘଟଣାରେ ପୂର୍ବରୁ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଞ୍ଜାମ ଏସପି ଜଗମୋହନ ମିନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଏବେ ଗିରଫ ହୋଇଥିବା ଦୁଇ ଜଣ ହେଲେ ଶ୍ରୀ କୃଷ୍ଣ ଶରଣପୁର ଗ୍ରାମର ସୁଦର୍ଶନ ପାହାନ (୨୦) ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରାଇ l ଖଲ୍ଲିକୋଟ ଥାନା ପୋଲିସ ଉଭୟଙ୍କୁ ଗିରଫ କରି ଏସଆଇଟି କୁ ହସ୍ତାନ୍ତର କରିଥିବା ନେଇ ଏସ.ପି. ଶ୍ରୀ ମିନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ରିପୋର୍ଟ : ନିମାଇଁ ପଣ୍ଡା