

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ମହାରାଜା ପବ୍ଲିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ଼ଃ ତିରୁପତି ପାଣିଗ୍ରାହୀ ଯୋଗ ଦେଇଥିଲେ । ଡ଼ଃ.ପାଣିଗ୍ରାହୀ ତାଙ୍କ ଭାଷଣରେ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଡି କିଭଳି ଜିଲ୍ଲାରେ ଦେଶ ବିଦେଶରେ ନା କରିବେ ସେ ଆହ୍ୱାନ ଦେଇଥିଲେ । ସଭା ଶେଷରେ ଏକ ରଙ୍ଗାରଙ୍ଗ ସାଂସ୍କୁତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାରମାନଙ୍କୁ ନେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଗୋବରା ତିରୁପତି ରାଓ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ବିଦ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

