ଜଳେଶ୍ୱର(ସମୃଦ୍ଧ ଓଡିଶା )ସାମ୍ପ୍ରତିକ ଅବକ୍ଷୟଷ୍ଣୁ ସମାଜରେ ପ୍ରତ୍ୟେକ ମଣିଷ ତିଆରି କାରଖାନାରୁ ସୁସ୍ଥ ସମାଜ ଲାଗି ଭଲ ମଣିଷ ତିଆରି କରିବା ଲାଗି ଶିକ୍ଷକମାନେ ସାମଜିକ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ଆଜି ଜଳେଶ୍ୱର ବ୍ଲକର ଖୁଲୁଡା ସ୍ଥିତ ଶୀତଳା ମାଧ୍ୟମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଉଦ୍ଯାପନ ଉତ୍ସବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ମତବ୍ୟକ୍ତ କରିଛନ୍ତି । ଗତ ୩ ଦିନ ଧରି ଉକ୍ତ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇ ଆସୁଥିବା ବେଳେ ଆଜି ଥିଲା ତାର ଉଦ୍ଯାପନୀ ଉତ୍ସବ । ଏଥିରେ ପୁରାତନ ଛାତ୍ର ସଂସଦର ସଭାପତି ଜ୍ୟୋର୍ତିମୟୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ବିଦ୍ୟାଳୟର ଦୀର୍ଘ ୫୪ ବର୍ଷର ଇତିହାସ ମଧ୍ୟରେ ବହୁ ଛାତ୍ରଛାତ୍ରୀଙ୍କର କୃତି ଗାଥା କହିଥିଲେ । ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳରେ ସରକାର ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଅଧିକ ଛାତ୍ରଛାତ୍ରୀ ଘରୋଇ ଅନୁଷ୍ଠାନରେ ପଢିବାକୁ ବା ଅଭିଭାବକମାନେ ପଢାଇବାକୁ ପସନ୍ଦ କରୁଥିବାର କାରଣ ଆଲୋଚ୍ୟର ବିଷୟ ହୋଇଛି । ଏବେ ସରକାର ଦରମା ବୃଦ୍ଧି କରିଥିବାରୁ ୟୁଜିସି ପାଉଥିବା ଅଧ୍ୟାପକ, ଅଧ୍ୟାପିକା ମାନେ ୨ ଲକ୍ଷରୁ ଅଧିକ ଅର୍ଥ ଦରମା ପାଇବେ । ତେଣୁ ଶିକ୍ଷା ପ୍ରତି ସେମାନେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ମନ୍ତ୍ରୀ କହିଥିଲେ । ଏବେ ରାଜ୍ୟରେ ୪ଲକ୍ଷ ୧୯ ହଜାର ୪୫୨ ହଜାର କୋଟିର ଶିଳ୍ପ ରାଜ୍ୟରେ ଓ ବାଲେଶ୍ୱର ଜିଶରେ ୬୦ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବାର ପ୍ରତିଶୃତି ଗତ ଓଡିଶା କନ୍କ୍ଲେଭରେ ପ୍ରତିଶୃତି ମିଳିଥିବା ସେ କହିଛନ୍ତି । ଶିକ୍ଷା ପ୍ରତି ଶିକ୍ଷକ ଅଧିକ ଧ୍ୟାନ ଦେଲେ ଏହା ଗ୍ରହଣୀୟ ହେବ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବିଧାୟକ ଅଶ୍ୱନୀ ପାତ୍ର ଯୋଗ ଦେଇ ଦାର୍ସନୀକ ସକ୍ରେଟିସ୍ ଯେପରି ଦିନରେ ଲଣ୍ଠନଟିଏ ଧରି ଭଲ ମଣିଷ ଖୋଜି ଚାଲିଥିଲେ, ଏବେ ଶିକ୍ଷକମାନେ ସେପରି ଭଲ ମଣିଷ ତିଆରି କରିବାରେ ବ୍ରତୀ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଓଷ୍ଟାର ବ୍ଲକ ସଂପାଦକ ମନୋରଂଜନ ଦାସ, ବିଦ୍ୟାଳୟକୁ ଏଜ ଜନନୀ ଭାବେ ପ୍ରକାଶ କରି ସେଠାରେ ଜ୍ଞାନ ଓ ଚେତନାର ଅଭ୍ୟୁଦୟ ହୋଇଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥ ଛାତ୍ର ସଂସଦର ସଂପାଦକ ଡ. ସନ୍ତୋଷ କୁମାର ମହାନ୍ତି ବକ୍ତବ୍ୟ ରଖିଥିବା ବେଳେ ଅନିଲ କୁମାର ପ୍ରଧାନ ବିବରଣୀ ପ୍ରଦାନ ଓ ପ୍ରଧାନ ଶିକ୍ଷକ ରଜନୀ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ । ରବିନ୍ଦ୍ର କୁମାର ମିଶ୍ର ବେଦପାଠ ପରିଥିବା ବେଳେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ବିଦ୍ୟାଳୟର ଛାତ୍ର କ୍ଷିତିଶ କୁମାର ସିଟ ବିଦ୍ୟାଳୟ ସଂପର୍କରେ ଆମେରିକାରେ ଏକ ୱେବ୍ ସାଇଟ୍ ଖୋଲି ଥିବାର ଏଠାରେ ମନ୍ତ୍ରୀ ଏହାକୁ ଲୋକାର୍ପିତ କରିବା ସହ ସମସ୍ତେ କୃତଜ୍ଞତା ଜଣାଇଥିଲେ । ୧୮ଶହ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୭୫୦ରୁ ଅଧିକ ଏଥିରେ ଯୋଗ ଦେଇ ୩ ଦିନ ବ୍ୟାପ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାରୁ ଏ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି । ରିପୋର୍ଟ : ଭୂପତି କୁମାର ପରିଡା