ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରେ ଏକ ହତ୍ୟା ଘଟଣାର ୪ଦିନ ପରେ ପୋଲିସ୍ ଅପରାଧିକୁ ଗିରଫ କରିଥିବାରୁ ସେମାନଙ୍କୁ ଏକ ସଫଳତା ମିଳିଛି । ଘଟଣାରୁ ପ୍ରକାଶ ଗତ ୧୭ ତାରିଖ ସଂଧ୍ୟା ୬.୩୦ମି. ସମୟରେ ଜଳେଶ୍ୱର ପଶ୍ଚିମବାର୍ଡ ରାସ୍ତାର ଉତ୍ସବ ଚରଣ ଗାଜିଆଣି ମହାବିଦ୍ୟାଳୟ ନିକଟସ୍ଥ ଏକ ପୋଖରୀ ନିକଟରେ ଖୁଲୁଡା ଗାଁର ବିଭୁତି ଭୂଷଣ ଜେନା (୪୮)ଙ୍କୁ ବିଭତ୍ସ ଭାବେ ଛୁରୀରେ ଭୁଷି ହତ୍ୟା କରାଯାଇଥିଲା । ବିଭୁତିର ପେଟ ଓ ଗଳା କଟାଯାଇଥିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଓ ପ୍ରବଳ ବର୍ଷା ହୋଇଥିବାରୁ ପୋଲିସକୁ ତଦନ୍ତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ପଶ୍ଚିମବାର୍ଡ ସ୍ଥିତ ମଦଦୋକାନରେ ବିଭୁତି ସହିତ ଅନ୍ୟ କେତେକ ବ୍ୟକ୍ତି ମଦ ପିଇଥିବା, ଫୋନରେ କଥା ହୋଇଥିବା ସେଠାକାର ସିସି ଟିଭି ଫୁଟେଜ୍ ଓ ମୃତବ୍ୟକ୍ତିର ମୋବାଇଲ୍ କଲୁରୁ ପୋଲସ୍ ଜାଣିପାରି ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ବିଭୁତି ପରିବାର ସଂପର୍କୀୟ ପୁତୁରା ଗୁଲୁ ଓରଫ ନିରଞ୍ଜ ଜେନା (୨୦), ପିତା ରବିନ୍ଦ୍ର ଜେନା ଗୁଜୁରାଟର ସୁରତରେ ରହି କାମ କରୁଥିଲା । କିଛିଦିନ ପୂର୍ବରୁ ସେ ଗାଁକୁ ଆସି ୩୦ ହଜାର ଟଙ୍କା ନିଜ ନାମରେ ବ୍ୟାଙ୍କ୍ରେ ଜମା କରିବା ଲାଗି ବିଭୁତିକୁ ଦେଇଥିଲେ ମଧ୍ୟ ସେ ୧୭ ତାରିଖ ସୁଦ୍ଧା ତାହା ସେ କରିନଥିଲା । ଫଳରେ ବ୍ୟାଙ୍କ ସହିତ ସଂପୃକ୍ତ ଥିବା ବିଭୁତି ଭୂଷଣ ଜେନାଙ୍କ ପୁତୁରା ନିରଞ୍ଜନର କ୍ଷୋଭ ବଢିଥିଲା । ସୁଚିନ୍ତିତ ଉପାୟରେ ବିଭିତିକୁ ନେଇ ନିରଞ୍ଜନ ପଶ୍ଚିମବାର୍ଡ ସ୍ଥିତ ସରକାରୀ ମଦଦୋକାନରେ ମଦ ପିଆଇଥିଲେ । ସେଠାରୁ ନିରଞ୍ଜନ ବିଭୁତି ବର୍ତ୍ତନା ସ୍ଥିତ ଉତ୍ସବ ଚରଣ ଗାଜିଆଣି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ପୁଣି ଟଙ୍କା ସଂପର୍କରେ ଆଲୋଚନା ବେଳେ ଦୁହେଁ ଉତ୍ତେଜିତ ହୋଇଥିବା ନିରଞ୍ଜନ ପୁଲିସ୍ଠାରେ ପ୍ରକାଶ କରିଛି । ପୂର୍ବରୁ ନିଜ ନିକଟରେ ଲୁଚାଇ ରଖିଥିବା ନିରଞ୍ଜନ ତାର କକାକୁ ଅତର୍କୀତ ଭାବେ ଛୁରୀ ଦ୍ୱାରା ଆକ୍ରମଣି କରି ବେକ ଓ ପେଟକୁ ଆଘାତ କରିଥିଲା । ପୋଲିସ୍ ହତ୍ୟାକରୀକୁ ଜାଣିବାପରେ ଆଣି ଥାନାରେ ଅଟକ ରଖିଥିଲେ । ପଚରାଉଚରା ପରେ ହତ୍ୟାକାରୀ ବଡନଗରସ୍ଥିତ ନୂଆପୋଖରୀରେ ପକାଇଥିବା ହତ୍ୟାରେ ବ୍ୟବହୃତ ଛୁରୀକୁ ଖୋଜି ବାହୋର କରାଯାଇଥିଲା । ଗତ ୨୨ତାରିଖ ଦିନ ହତ୍ୟାକରାଯାଇଥିବା ଛୁରୀକୁ ମଧ୍ୟ ଜବତ କରି ଅପରାଧିକୁ ଗିରଫ କରି ଗତକାଲି କୋର୍ଟଚାଲାଣ କରିଛି ।
ରିପୋର୍ଟ : ଭୂପତି କୁମାର ପରିଡା