

ଖୋର୍ଦ୍ଧା(ସମୃଦ୍ଧଓଡିଶା) ଖୋର୍ଦ୍ଧା ସୂଚନା ଭବନ ପରିସରରେ ଖୋର୍ଦ୍ଧା ଜିଲ୍ଲା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୋତ୍ସାମୟୀ ଆଚାର୍ଯ୍ଯ ମୁଖ୍ଯ ଅତିଥି ରୁପେ ଯୋଗଦେଇ ସମାଜ ଗଠନରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋକପାତ କରିବା ସହ ସାମ୍ବାଦିକ ମାନଙ୍କୁ ମୁଲ୍ୟବୋଧ ଦିଗ୍ ଦର୍ଶନ ଦେଇଥିଲେ। ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲା ଓୟୁଜେ ର ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ସ୍ବାଗତ ଭାଷଣ ଦେବା ସହ ସାମ୍ବାଦିକ ମାନଙ୍କ ର ଆଚାର,ବିଚାର, ବ୍ୟବହାର କିପରି ହେବ ସେନେଇ ଉଦବୋଧନ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ଓୟୁଜେ ସଭାପତି ତପନ କୁମାର ନାୟକ ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ ବିଷୟ ଉପରେ ଆଲୋକପାତ କରିଥିଲେ। ଜାତୀୟ ପ୍ରେସ ଦିବସର ଗୁରୁତ୍ବ କୁ ନେଇ ସାମ୍ବାଦିକ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ରାଜ୍ଯ ଓୟୁଜେ ର ସମ୍ପାଦକ ପ୍ରଶନ୍ନ ପାଇକରାୟ। ମୁଖ୍ଯ ବକ୍ତା ରୁପେ ବରିଷ୍ଠ ସମ୍ପାଦକ ବଳରାମ ଲେଙ୍କା ଯୋଗଦେଇ ଜାତୀୟ ପ୍ରେସ୍ ଦିବସର ବିଷୟ ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ବରୁପ ଉପରେ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଓୟୁଜେ ର ବରିଷ୍ଠ ସଭ୍ଯ ସନତ କୁମାର ପଟନାୟକ, ଉପସଭାପତି ସୟଦ ଅନସର ଅଲ୍ଲୀ, ଶୁଭଲକ୍ଷ୍ମୀ ସାମନ୍ତରାୟ , ଚନ୍ଦନ କୁମାର ସୁନ୍ଦରାଏ, ସନ୍ଦୀପ ବର୍ମନ, ଅଜିତ ମିଶ୍ର,ସେକ ଅନୁଅର ଅଲ୍ଲୀ, ଲକ୍ଷ୍ମୀ ନାରାୟଣ ମହାପାତ୍ର, ରମେଶ ସାମନ୍ତରାୟ,ଦୁର୍ଗା ପ୍ରସାଦ ଦାସ,କମଳ ଲୋଚନ ପାଇକରାୟ,ଏମ.ଡି ଫଜ୍ଲୁର ରହମାନ, ତ୍ରିଲୋଚନ ବାଘଷିଂ, ପ୍ରମୁଖ ଯୋଗ ଦେଇଥିଲେ।