

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖୋର୍ଦ୍ଧା ଜଙ୍କିଆ ନିକଟରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଵ୍ରହ୍ମପୁର ସହର ସିଟି ହସ୍ପିଟାଲ ଡକ୍ଟର ଡ଼. ମୋନାଜ ପଣ୍ଡାଙ୍କ ସହ ତାଙ୍କ ଆକାଉଣ୍ଟାଣ୍ଟ ଏବଂ ଦୃବେର ସରକାରୀ ଜିପରେ କୌଣସି ସରକାରୀ କାମରେ ଭୁବନେଶ୍ୱର ଯାଇଥିଲେ । ଆଜି ସନ୍ଧ୍ୟାରେ ସମସ୍ତେ ସରକାରୀ ଜିପରେ ଫେରୁଥିଲେ । ଏହି ସମୟରେ ଡ୍ରାଇଭର ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ହଟାତ ଆଉ ଏକ ଗାଡି ବିପରିତ ଦିଗରୁ ଆସୁଥିବା ଦେଖି ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଗାଡି ନେଇଯାଇଥିଲେ । ଗାଡିଟି ଅତି ପୁରୁଣା ହୋଇଥିବା ଯୋଗୁଁ ତାହା ସମ୍ପୂର୍ଣ ଭାଙ୍ଗିଯିବା ସହ ଡ଼. ପଣ୍ଡାଙ୍କ ସମେତ ଡ୍ରାଇଭର ଏବଂ ଆକାଉଣ୍ଟାଣ୍ଟ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତର ୩ ଜଣଙ୍କୁ AIMS ଭୁବନେଶ୍ୱର ନେଇଯାଇଥିଲେ । ଡ୍ରାଇଭରଙ୍କ ଅବସ୍ଥା ଠିକ ଅଛି ଏବଂ ଡ଼. ପଣ୍ଡା ଓ ଆକାଉଣ୍ଟାଣ୍ଟଙ୍କ ଅବସ୍ଥା ଗମ୍ଭୀର ରହିଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

