
ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଜୁଲାଇ ୩୧ ତାରିଖ ଯାଏଁ ଖୋଲାଯିବ ନାହିଁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି । ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକରେ ଜୁନ୍ ୧୭ରେ ରାଜ୍ୟରେ ସ୍କୁଲ, କଲେଜ ଖୋଲିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଲକ୍ଡାଉନ୍ ଜୁନ ୩୦ ଯାଏଁ ବଢ଼ାଇ ଦେଇଥିବାରୁ ଜୁଲାଇ ୩୦ ଯାଏଁ ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଇଛନ୍ତି ।