ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ଏହି ଅବସରରେ ଜଳେଶ୍ୱର ଅଞ୍ଚଳରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକରେ ଯୀଶୁ ଜନ୍ମ ଓ ଖ୍ରୀଷ୍ଟମାସ ପାଳିତ ହୋଇଛି । ଜଳେଶ୍ୱର ଅଞ୍ଚଳରେ ଥିବା ମହମ୍ମଦନଗରପାଟଣା, ହାତୀଗଡ, ଆରୁହା, ଲକ୍ଷ୍ମଣନାଥ, ଅମର୍ଦ୍ଦାରୋଡ, ଝାଟିଅଡା, ରଙ୍ଗାମାଟିଆ, କୁଶଡିହା ଚର୍ଚ୍ଚ ଗୁଡିକ ସୁନ୍ଦର ଆଲୋକମାଳରେ ସଜ୍ଜିତ ହୋଇଛି । ଗତ ୨୪ତାରିଖ ରାତ୍ରୀ ୧୨ଟାରୁ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଗୀତ, ନାଚ, ପ୍ରାର୍ଥନା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖରିତ ହୋଇ ଉଠିଛି । ବନ୍ଧୁତା ଓ ଭାତୃତା ପାଇଁ ଘରେ ଘରେ ପିଠାପଣା, ନବବସ୍ତ୍ର ପରିଧାନ ସହିତ ଉପଢେୀକନ ଆଦାନ ପ୍ରଦାନ କରାଯାଇଛି ବୋଲି ମହମ୍ମଦନଗରପାଟାଣା ର୍ଚ୍ଚର ଫାଦର ମନୋରଂଜନ ବେସ୍ରା ଓ ଜ୍ୟୋତିପ୍ରକାଶ ଲାକଡା ସୂଚନା ଦେଇଛନ୍ତି । ମହମ୍ମଦନଗରପାଟଣାସ୍ଥିତ ସେବା ଭବନରେ ମଧ୍ୟ ଅନୁରୂପ ଭାବେ ଉତ୍ସବ ପାଳନ କରାଯାଇଛି । ଆଜି ଦିନ ତମାମ ଏପରି କାର୍ଯ୍ୟକ୍ରମ ପାଳନ କରାଯିବା ସହିତ ଦୀର୍ଘ ୧୦ଦିନ ଧରି ଏପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସେମାନେ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା