

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ତିନି ଦିନ ଧରି ଚାଲିଥିବା ଖ୍ରୀଷ୍ଟମାସ ମହୋତ୍ସବକୁ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡାନିଏଲ ଦାସ । ଏଥିରେ ଗଞାମ, ଗଜପତି, କନ୍ଧମାଳ, ଜିଲ୍ଲାର ଶତାଧିକ ଖୀଷ୍ଟଧରମ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ପୁନେରୁ ଆସିଥିବା ସଙ୍ଗୀତକାର ଶନି ବିଶ୍ୱାସ ଓ ବିଜୟ କଥୟାଲେଙ୍କ ଗୀତରେ ପଡିଆରେ ଝୁମି ଉଠିଥିଲେ । ପୋଷ୍ଟର ଅଗଷ୍ଟିନ ଜେବ କୁମାର ଯୋଗଦେଇ ଉପସ୍ଥିତ ଭାଇ ଭଉଣୀମାନଙ୍କ ନିକଟରେ ଇଶୂରଙ୍କ ବାର୍ତ୍ତା ପହଞ୍ଚାଇଥିଲେ । ମଣିଷ ନିଜକୁ ନିଜେ ସମୀକ୍ଷା କରିବା ଏକ ନୂତନ ଜୀବନ କାଟିବା ପାଇଁ ପ୍ରୟାସ କରି ରଖିବା ଉଚିତ୍ ହେବ ବୋଲି ଏଠାରେ କୁହାଯାଉଥିଲା । ଆୟୋଜିତ କମିଟି ପକ୍ଷରୁ ଅତିଥି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକି ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲ ବି.ଜନସନ, ଫାଷ୍ଟର ଟି ରାଜେଶ, ଆସିଶ ହନସରାଜ, ଧନଞ୍ଜୟ ନାୟକ, ମୃତ୍ୟୁଞ୍ଜୟ ଲୋହରା, ସିଗରା ପ୍ରଧାନ, ଫାଦର ସଞ୍ଜିବ ନାୟକ, ବାବୁ ପି ଜନ, ନିଲା ଚାନ୍ଦ୍ର ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


