

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଁଦିଆ ବିଜୁ ଜନତା ଦଳ ବ୍ଲକ ସଭାପତି ବିଶ୍ୱନାଥ ଜେନାଙ୍କ ନେତୃତ୍ୱରେ କୋରୋନା ଯୋଧ୍ୟାଙ୍କୁ ସମ୍ମାନ ଜଣାଇ ଆଜି ଗଁଦିଆ ବିଜୁ ଜନତା ଦଳ ତରଫରୁ ”ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା । ଏହି ସଙ୍ଗୀତ ଗାନ ସମୟରେ ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମୁଖରେ ମାସ୍କ ପିନ୍ଧି ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ଜନତା ଦଳ ସଭାପତି ପ୍ରଦୀପ ରାଉତ, ଛାତ୍ର ଜନତା ଦଳ ସଭାପତି କ୍ଷୀରୋଦ ଦାସ, ଜୟକୃଷ୍ଣ ବାରିକ, ସୁରେନ୍ଦ୍ର ଜେନାଙ୍କ ସମେତ ବହୁ ବିଜେଡି କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ସେହିପରି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଏଥିରେ ବହୁ କର୍ମୀ ଯୋଗ ଦେଇ ସଂଗୀତ ଗାନ କରି ଥିଲେ ।
ରିପୋର୍ଟ : ଶୁଭମ ପାଣି




