

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ଯୁବ ବାହିନୀ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଗଁଦିଆ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ସଭାପତି ଜୟକୃଷ୍ଣ ବାରିକଙ୍କ ନେତୃତ୍ୱରେ ଆଜକୁ ପ୍ରାୟ ୩୦ ଦିନ ହେବ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ର ଗଁଦିଆ ଠାରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ବାହିନୀ ସମ୍ପାଦକ ଲିପୁନ ବେହେରା, କୋଷାଧ୍ୟକ୍ଷ ବିରେନ୍ଦ୍ର ବାରିକି, କାଳିଆ ସେଠି, ପିଲୁ ପାତ୍ର, ବଗା ସାହୁ, ମିଲୁ, ବେହେରା ଓ ବିଜୟ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରୁଥିବା ଜଣାପଡିଛି ।
ରିପୋର୍ଟ : ଶୁଭମ ପାଣି