ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଗଁଦିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଲେଙ୍କା ଜୁନ ୩୦ ତଥା ଗତକାଲି କାର୍ଯ୍ୟରୁ ଅବସର ନେଇଛନ୍ତି । ତାଙ୍କ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସମାଜସେବୀ ବିଶ୍ଵନାଥ ଜେନା, ସମ୍ମାନିତ ଅତିଥି ରୂପେ ଗଁଦିଆ ସରପଂଚ ପ୍ରଭାରୀ ବେହେରା, ପ୍ରାକ୍ତନ ଶିକ୍ଷକ ଦାମୋଦର ମହାନ୍ତି, ଶତ୍ରୁଘ୍ନ ସାହୁ, ବରିଷ୍ଠ ସମାଜସେବୀ ବିଜୟ କୁମାର ମିଶ୍ର ଉପସ୍ଥିତ ହୋଇ ଉଦବୋଧନ ଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ପ୍ରାରମ୍ଭରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରି ଥିବାବେଳେ ଶେଷରେ ପରିଚାଳନା ପରିଷଦ ସଦସ୍ୟ ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋଜ କୁମାର ସ୍ୱାଇଁ, ଶିକ୍ଷକ ଭୁବନେଶ୍ୱର ରାଉତ, ଚିତ୍ତ ରଞ୍ଜନ ବରାଳ, ଅକ୍ଷୟ କୁମାର ଜେନା, ଗଗନ ରମାକାନ୍ତ ସାହୁ ମାନପତ୍ର ପାଠ କରିଥିବା ବେଳେ କାର୍ଯ୍ୟକ୍ରମରେ ଗଁଦିଆ ବ୍ଲକ ଶିକ୍ଷକ ସମନ୍ୱୟ ସମ୍ପାଦକ ଅକ୍ଷୟ ମିଶ୍ର ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଅର୍ଚ୍ଚନା ସାହୁ, ସବିତା ସ୍ୱାଇଁ, ନିବେଦିତା ପାତ୍ର, ଶ୍ରାବଣା ପ୍ରିୟଦର୍ଶନୀ ସାହୁ, ଶିକ୍ଷକ ଦୁଷ୍ମନ୍ତ ସେଠି, ସୋମନାଥ ସାହୁ ଓ କର୍ମଚାରୀ ପ୍ରତାପ ବାରିକଙ୍କ ସହିତ ପରିଚାଳନା ପରିଷଦ ସଦସ୍ୟ, ସଦସ୍ୟ ସହଯୋଗ କରିଥିଲେ । ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନଙ୍କ ତରଫରୁ ମାନପତ୍ର, ଉପଢୌକନ ଓ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆଇସିସି ଅଭୟ ପାଣିଗ୍ରାହୀ, ତ୍ରିଲୋଚନ ମଲ୍ଲିକ ଓ ସମାଜସେବୀ ରାଘବ ଚନ୍ଦ୍ର ମହାରଣା ଉପସ୍ଥିତ ହୋଇ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି