ରାମୁ ବୋଲି ଗୋଟେ ପିଲା ଟିଏ ଥିଲା । ତାର ଗ୍ରାମର ନାମ ଥିଲା ହରିପୁର । ସେ ଏମିତି ଗୋଟେ ପିଲା ଥିଲା । ସେ ରହୁଥିବା ଗ୍ରାମରେ ସବୁ ଲୋକଙ୍କର ଭଲରେ କି ମନ୍ଦରେ କଥାବାର୍ତ୍ତା କ୍ଷେତ୍ରରେ ଆସି ଠିଆ ହୋଇଥାଏ । ରାମୁ ବୟସରେ ବହୁତ୍ ସାନ ହେଲେ କଣ ହେଲା ବହୁ ମାନଗଣ୍ୟ ବ୍ୟକ୍ତି ବିଶେଷଙ୍କ ନିକଟରେ ସ୍ନେହ, ମମତାର ପାତ୍ର ହେଇଯାଇଥିଲା ।ରାମୁ ଗ୍ରାମର ସବୁ ଲୋକଙ୍କ ଖବର ଅନ୍ତରର ଧ୍ୟାନ ଦେଉଥିଲା ଓ ପାଖରେ ବସି ମାଆ ଯେପରି ଛୁଆଟିର ସମସ୍ତ ଖବର ଅନ୍ତରର ଧ୍ୟାନ ଦେଇଥାଏ ଠିକ୍ ରାମୁ ଛୋଟ ପିଲାଟିଏ ହେଲେ କଣ ହେଲା ସେ ଭି ବହୁତ୍ ଯତ୍ନବାନ୍ ଥିଲା । ରାମୁର ବାପା ମାଆ ସେ ଛୋଟ ଥିବା ବୟସରେ ପରଲୋକ ଗମନ କରିଥିଲେ । ତାର ପିତା ଗଣେଶ ମଧ୍ୟ ଜଣେ ଯତ୍ନବାନ ବ୍ୟକ୍ତି ଥିଲେ । ତେଣୁ କଥାରେ ଅଛି ବାପା ମାଆ ଯେମିତି ଶିକ୍ଷା ସଂସ୍କାର ମିଳିଥିବ ରାମୁ ମଧ୍ୟ ଲୋକଙ୍କ ସେବା କରି ନିଜକୁ ଧନ୍ୟ କରୁଥିଲା । କିନ୍ତୁ କଣ ହବ ଗ୍ରାମର କିଛିକୁ ପ୍ରକୃତିର ଲୋକ ପାଇଁ ତାକୁ କଷ୍ଟ ମିଳୁଥିଲା । ତଥାପି ସେ ନିଜର କର୍ତ୍ତବ୍ୟରେ ଅବହେଳା କରି ନାହିଁ । ଯେପରି ଦୁବ ଘାସ ଓପରେ ଲୋକ ଦଳି ଚକଟି ଦିଅନ୍ତି । କିନ୍ତୁ ସେ ପୁଣି କଅଁଳେ ପୁଣି ତାର ଧର୍ମ ଠାରୁ ଓହରି ଯାଏ ନାହିଁ ଠିକ୍ ସେହି ପରି ରାମୁ ମଧ୍ୟ ସେବା କରି ଚାଲେ । ଦିନକର ଘଟଣା କେହି ବୁଝିପାରିଲେ ନାହିଁ ।ରାମୁର କଣ ହେଲା କେଜାଣି ସେ ଗ୍ରାମର ଗୁରୁଜନ ଲୋକଙ୍କ ସେବାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କଲା । ଗ୍ରାମର କେହି କିଛି ବୁଝିପାରୁନଥିଲେ କି ଯେଉଁ ଛୁଆ ଛୋଟଟି ବେଳରୁ ସେ ସେବା କରେ ସେ ଆଜି ଚୁପ୍ କଥା କଣ ସେହି ସମସ୍ୟାର କାରଣ ଜାଣିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କୌଣସି ସୁରାଖ ପାଉନଥିଲେ । ତେଣୁ ଗ୍ରାମବାସୀଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । କିନ୍ତୁ ରାମୁ କାହାକୁ କିଛି ନ କହି ଚୁପ ଚାପ ବସି ରହେ । ଏପରି ଦିନ ପରେ ଦିନ ଗଡି ଗଡି ଚାଲେ । କିନ୍ତୁ କଣ ପାଇଁ ରାମୁ ଆଉ କାହା ଦୁଃଖରେ କି ସୁଖରେ ଆଉ ସାମିଲ ହୋଇନାହିଁ । କିନ୍ତୁ ରାମୁର ଏପରି ନିରବତାକୁ ଦେଖି କିଛିକୁ ପ୍ରକୃତି ମଣିଷ ଅତ୍ୟନ୍ତ ଆନନ୍ଦିତ ହୁଅନ୍ତି । ସତରେ ରାମୁର ନିରବତାର କାରଣ ଗାଆଁର ଜଣେ ବଡ଼ ଭାଇ କୁହନ୍ତି ତାକୁ ତୋର ତ ବାପା ମାଆ ନାହିଁ ଭାବୁଚୁ କଣ ତୋ ସେବା ଦ୍ଵାରା ତୁ କଣ ମୋ ପରିବାରଠୁ ମୋତେ ଅଲଗା କରିଦେବୁ ତାହାଲେ ତୁ ଭୁଲ୍ ଭାବୁଛୁ । ସେ କଥା ରାମୁର ହୃଦୟକୁ ଏକ ଶକ୍ତ କଷ୍ଟ ଦେଇଥିଲା । ତେଣୁ ରାମୁ ଭାବେ ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି ଭୁଲ୍ ମୋର ସବୁ କି ମୁଁ ଟିକେ ସ୍ନେହ ପାଇଲେ ଭାବେ କି ସବୁ ନିଜର କିନ୍ତୁ ଭୁଲ୍ ମୁଁ ।
ଲେଖକ : ଅନିତା ବିଶ୍ଵାଳ, ସୁନ୍ଦରଗଡ଼