

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଶା ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଓଡିଶା ସରକାର ଆଜି ଘୋଷଣା କରିଛନ୍ତି । ରାଜ୍ୟ ସରକାର ସେହିଭଳି ଗଜପତିର ବହୁ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଶ୍ରମିକମାନେ ବେଙ୍ଗାଳୁରୁ, ଦିଲ୍ଲୀ, କଲିକତା, ଚେନେଇ, ହାଇଦ୍ରାବାଦ ପ୍ରମୁଖ ସହରରେ ଫସି ରହିଥିବା ଖବର ମିଳିଛି । ସାରା ଭାରତରେ ଲାଗି ରହିଛି ଲକ-ଡ଼ାଉନ ପ୍ରବାହକୁ ନେଇ ଆଜି ଗଜପତି ଜିଲାପାଳଙ୍କୁ କିଛି ଜନସାଧାରଣ ଫସି ରହିଥିବା ଓଡିଶା ଲୋକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ । ଗଜପତି ଜିଲାପାଳ ଅନୁପମ ସାହା ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସେମାନଙ୍କ କୈଣସି ଅସୁବିଧା ହେବାକୁ ଦିଆଯିବ ନାହିଁ । ଫସି ରହିଥିବା ଓଡ଼ିଶା ଲୋକଙ୍କ ମୋବାଇଲ ନମ୍ବର ନେଇ ନିଜେ ଜିଲାପାଳ ସେମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଆଶ୍ୱସନା ଦେଇଥିଲେ ଓ ଅର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବେ ବୋଲି ଜଣାଇଥିଲେ । ତେବେ
ଆସନ୍ତୁ ଶୁଣିବା ଫସି ରହିଥିବା ଓଡିଶା ଲୋକେ କଣ କହୁଛନ୍ତି———
ରିପୋର୍ଟ : କୃଷ୍ଣ କୁମାର ବେହେରା