ଗଜପତିରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଗିଲ ବିଜୟ ଦିବସ ପାଳନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ସମଗ୍ର ଦେଶରେ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରର ରାଜନହର ଛକରେ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ ହୋଇଥିଲା । ଏଥିରେ ବିଶ୍ବ ହିନ୍ଦୁ ପରିଷଦର ଲୋକନାଥ ମିଶ୍ର , କୈଳାସ ପଟ୍ଟନାୟକ, ହରିମୋହନ ପଟ୍ଟନାୟକଙ୍କ ସମେତ କ୍ୟାପଟେନ୍ ମଲ୍ଲିକାର୍ଜୁନ ପଟ୍ଟନାୟକ, ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀ ଭବାନୀ ଶଙ୍କର ଆଚାର୍ଯ୍ୟ, ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ସହିଦଙ୍କ ପାଇଁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସ୍ମୃତିଚାରଣ କରି ଥିଲେ। ସେହିପରି ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ବରେ କାଶୀନଗରରେ କାର୍ଗିଲ୍ ସହିଦଙ୍କ ଉଦ୍ଦେଶରେ ଶୋଭାଯାତ୍ରା ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ଯୁବଗୋଷ୍ଠୀକୁ ଜାତୀୟ ଭାବନା ଜାଗୃତ କରିବା ପାଇଁ ସହର ପରିକ୍ରମା କରିଥିଲେ । ଏଥିରେ କାଶୀନଗର ଏନ୍ଏସିର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା। ଏଥିରେ ପୂର୍ବତନ ସେନା କର୍ମଚାରୀ ପି. ରାବଣେୟା ଯୋଗଦେଇ ଥିଲେ । ଦେଶ ପାଇଁ ସହିଦ ହୋଇଥିବା ଅମର ଯବାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଉପସଭାପତି ବିଭୂତି ଭୂଷଣ ବେହେରା, ଜଗନ୍ନାଥ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପି, ପ୍ରଶାନ୍ତ, କାଶୀନଗର ମଣ୍ଡଳ ସଭାପତି ଭି. ଚଳପତଙ୍କ ସହ ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ.।

ରିପୋର୍ଟ : କୃଷ୍ଣ କୁମାର ବେହେରା