


ଭୁବନେଶ୍ବର:ତିତଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ତୁରନ୍ତ ପୁନରୁଦ୍ଧାର କର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗଜପତି ଜିଲ୍ଲାକୁ ୨ଟି ଅଧିକ ଏନଡିଆରଏଫ ଟିମ ପଠାଯାଇଛି । ପୂର୍ବରୁ ନିୟୋଜିତ ଥିବା ଓଡ୍ରାଫ ଓ ଏନଡିଆରଏଫ ଟିମ କାର୍ଯ୍ୟ କରୁଛନ୍ତି । ଗଂଜାମ ଓ ଗଜପତି ଜଲ୍ଲାର ୧୧୧୨ଟି ଆଶ୍ରୟସ୍ଥଳରେ ୩ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଥିବା ଜିଲ୍ଲାରେ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲା ସର୍ବାଧିକ କ୍ଷୟକ୍ଷତି ହୋଇଥିବାରୁ କାର୍ଯ୍ୟତ୍ୱରାନ୍ୱିତ କରିବାପାଇଁ ଆଉଆଧିକ ଟିମ ପଠାଯାଇଛି । ତେବେ କୈଣସି ମୃତାହତ ଖବର ଆସିନାହିଁ । ଗଜପତି ଜିଲ୍ଲାରେ ଟେଲିକମୁନିକେଷନ ବ୍ୟାହତ ହୋଇଥିଲା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସମାଧାନ ହୋଇଯାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ୩ଲକ୍ଷରୁ ଅଧିକ ଲୋକଙ୍କୁ ଉଭୟ ଜିଲ୍ଲାରେ ଆଶ୍ରୟସ୍ଥଳରେ ରଖାଯାଇଛି । ଗଜପତି ଜିଲ୍ଲାରେ ରାସ୍ତା ଉପରେ ପଡିଥିବା ଗଛକୁ ସଫା କରାଯାଇଛି। ବଂଶଧରା ନଦୀର ଜଳ ସ୍ତର ବଢିବାର ଲାଗିଛି । ବାତ୍ୟା ଦୁର୍ବଳ ହୋଇଥିଲେ ବି ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେଣୁ ଆଗକୁ ବନ୍ୟା ସ୍ଥିତି ଉପୁଜିପାରେ। କୋମୋନା ବ୍ଲକରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁର ଓ ଗଞ୍ଜାମରେ ୨୦୦ ମିଲିମିଟରରୁ ଉର୍ଦ୍ଧ୍ବ ବର୍ଷା ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହିତ ଓଡ୍ରାଫ ଟିମ ଏବେ ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଥିବା ଗଛ କାଟି ରାସ୍ତା ସଫାକରିଛନ୍ତି । ଓଡ୍ରାଫ ଟିମ ବାତ୍ୟା ସମୟରେ ଏକ କିଛି ମତ୍ସଜୀବୀଙ୍କୁ ସମୁଦ୍ରରୁ ଉଦ୍ଧାର କରିଛି ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି । ଯୁଦ୍ଧକାଳୀନଭିତ୍ତିରେ ଏହିସବୁ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ କୁହାଯାଇଛି । ଆମ ଛତ୍ରପୁର ପ୍ରତିନିଧି ଜଣାଇଛନ୍ତି ଗଂଜାମ ଜଲ୍ଲାରେ ପୁନଃଉଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳଙ୍କ ଅଫିସ ଆଗରେ ଭାଙ୍ଗି ପଡିଥିବା ବୃକ୍ଷ କାଟି ସଫାକରାଯାଇଛି । ଛତ୍ରପୁରରୁ ବ୍ରହ୍ମପୁର ଓ ଗୋପାଳପୁରରୁ ବ୍ରହ୍ମପୁର ରାସ୍ତାରେ ପଡିଥିବା ବଡ଼ ବଡ଼ ଗଛଗୁଡ଼ିକୁ ଓଡ୍ରାଫ ଟିମ ପହଞ୍ଚି ସଫା କରିଦେଇଛନ୍ତି । ଫଳରେ ଯାତାୟାତର ସୁବିଧା ହୋଇପାରିଛି । ଦେଖନ୍ତୁ କିଛି ଫୋଟ…




ଆମ ପ୍ରତିନିଧି ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ଦେଖନ୍ତୁ ଭିଡ଼ିଓ

Thanks CM sir for your in time support that’s why you on lime light till now & also people those who have involved such a (god)s work thanks a lot.