
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କୋରୋନାର ନାମ ଶୁଣିବା ମାତ୍ରେ ମଣିଷ ମନରେ ଭୟର ଆତଙ୍କ ସୃଷ୍ଟି ହୋଉଛି ।କାରଣ କୋରୋନା ଭୁତାଣୁ ସମାଜରେ ତାର କାୟା ଧୀରେ ଧୀରେ ବିସ୍ତାର କରିବାରେ ଲାଗିଛି । ଗୋଟିଏ ପଟେ ପ୍ରଶାସନ ତରଫରୁ କୋରୋନାକୁ ଜଡରୁ ନିପାତ୍ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ପଟେ ଅମାନିଆ ମାନଙ୍କ ଯୋଗୁଁ କୋରୋନା ତାର କାୟା ବିସ୍ତାର କରିବାରେ ସଫଳ ହେଉଛି କାରଣ ପ୍ରଶାସନ ତରଫରୁ ଦେଇଥିବା ସଚେତନତାକୁ ପାଳନ କରୁନଥିବା ସତ୍ବେ କିଛି ଅମାନିଆ ବ୍ୟକ୍ତି ପ୍ରଶାସନର ନିୟମକୁ ମଧ୍ୟ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି, କିଛି ଅମାନିଆ ମହେନ୍ଦ୍ରତନୟା ନଦୀ ପାର କରି ଆସୁଥିବା ଦେଖି ଆଜି ପ୍ରଶାସନ ଅସହାୟ ହୋଇ କିଛି ଗୁରୁତତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ଆଜି ଓଡିଶା ଓ ଆନ୍ଧ୍ରପ୍ରଦେଶକୁ ନେଇ କିଛି ଚଲାପଥକୁ ବୁଲଡ଼ଜୋର ମାଧ୍ୟମରେ ରାସ୍ତାକୁ ଖୋଳି ଚଲା ପଥକୁ ବନ୍ଦ କରାଯାଇଛି । ଏମିତି ଯେତେ ସବୁ ସୀମା ରହିଥିବା ରାସ୍ତା ଗୁଡ଼ିକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି ଏବଂ ଗଜପତି ଜିଲ୍ଲାରେ ଲକ୍ ଡାଉନ୍ କୁ କଡା କଟକଣା କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା