

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅନୁପମ ସାହା ମୋଟ ୩୮୮ଟି ଅଭିଯୋଗ ଶୁଣାଣି କରିଥିଲେ । ସେଥିମଧ୍ୟରୁ ୩୭୦ଟି ବ୍ୟକ୍ତିଗତ ଓ ୧୮ଟି ସାମୁହିକ ସମସ୍ୟା ଥିଲା ବେଳେ ୭୯ଟି ମାମଲା ତୁରନ୍ତ ସମାଧାନ କରାଯାଇଥିଲା । ଜିଲ୍ଲାପାଳ ଅନୁପମ ସାହା ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ୧୭ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଅନୀଲ କୁମାର ପ୍ରଧାନ, ଡେପୁଟି କଲେକ୍ଟର ଜୂବୁଲି ଚରଣ ବେହେରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟ ସଂପୂର୍ଣ୍ଣା ରାଉତ, ସହକାରୀ ଉପ-ଜିଲ୍ଲାପାଳ ସୋରଜ କୁମାର ବେହେରା, ପାରଳାଖେମୁଣ୍ଡି ପୈାରପରିଷଦର ନିବହି ଅଧିକାରୀ ଅଶୋକ କୁମାର ରାଉତ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା