



ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଗତକାଲି କଂଗ୍ରେସ ସେବାଦଳ ଗଠନ କରାଯାଇଥିବାରୁ ତ୍ୱରାନ୍ୱିତ ହୋଇଛି । ଦକ୍ଷିଣାଞ୍ଚଳ କଂଗ୍ରେସର ଅତିରିକ୍ତ ସାଙ୍ଗଠନିକ ସମ୍ପାଦକ ଗଞ୍ଜାମ ଓ ଗଜପତି ଦାୟିତ୍ଵରେ ଥିବା ପ୍ରହରୀ ଧରଣୀଧର ନାୟକଙ୍କ ଅଧ୍ୟକ୍ଷତାରେ ଗଜପତି କଂଗ୍ରେସ ସେବାଦଳ ଗଠନ କରାଯାଇଛି । ଏଥିରେ ଜିଲ୍ଲାର ମୁଖ୍ୟ ସଂଗଠକ ରୂପେ କୃଷ୍ଣ କୁମାର ବେହେରା ଚୟନ ହୋଇଥିବା ବେଳେ ପ୍ରକାଶ ଲିନା, ସୁଲନ୍ଦ ସାହୁ, ଜଗନ୍ନାଥ ଗମାଙ୍ଗ, ସୁଜିତ ଗୌଡ଼, ପ୍ରମୋଦ ପଢ଼ିଆରୀ, ମିହିର ପ୍ରସାଦ ମଝି ପ୍ରମୁଖ କର୍ମକର୍ତ୍ତା ରୂପେ ଚୟନ ହୋଇଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା