ଗଜପତି ଜିଲ୍ଲାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବନ୍ୟା ବିପନ୍ନଙ୍କୁ ଭେଟିଲେ…

ପାରଳାଖେମୁଣ୍ଡି(କୃଷ୍ଣ କୁମାର ବେହେରା) ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନୟକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ପୂର୍ବତନ ସଂସଦ ପ୍ରଦୀପ ମାଝୀ, କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ, କଂଗ୍ରେସ ନେତା ଦାଶରଥି ଗମାଙ୍ଗ ପ୍ରମୁଖ କଂଗ୍ରେସ ନେତୃମଣ୍ଡଳୀ ଗଜପତି ଜିଲ୍ଲାର ବନ୍ୟା ବିପନ୍ନ ଅଞ୍ଚଳ ଭୁଲିଛନ୍ତି । ବିପନ୍ନ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ବାତ୍ୟା ଓ ବନ୍ୟାରେ ମୃତ୍ୟୁବରଣ କରିଥିବା ପରିବାର ଗୁଡିକୁ ମିଶି ସମବେଦନା ଜଣାଇଛନ୍ତି । ସେମାନଙ୍କ ବିଭିନ୍ନ ଅସୁବିଧା ନେଇ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦ୍ବୀଉପସ୍ଥାପନ କରିବେବୋଲି କହିଛନ୍ତି ।ଗଜପତି ଜିଲ୍ଲାର ଗଙ୍ଗବାଡି ଠାରୁ ଆରମ୍ଭ କରି ମୋହନା ପର୍ଯ୍ୟନ୍ତ ଯାଇଥିଲେ । ବିପନ୍ନ ମାନେ କିଭଳି ହନ୍ତସନ୍ତ ହେଉଛନ୍ତି ଅନୁଧ୍ୟାନ କରିଥିଲେ । ଅଦ୍ୟାବଧି ବିପନ୍ନ ଅଞ୍ଚଳରେ ଆଲୋକ ଆସି ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗତ ଦୁଇଦିନ ପୂର୍ବରୁ ଆରମ୍ଭ ହୋଇଥିବା କଂଗ୍ରେସ ତଥା ନିରଞ୍ଜନ ପଟ୍ଟନାୟକଙ୍କ ଏହି ଅଭିଯାନ ଲୋକଙ୍କୁ ବହୁତ ସୁରାଖ ଯୋଗେଇଛି । କଂଗ୍ରେସ ପ୍ରତି ଲୋକଙ୍କର ଆସ୍ଥା ଉଦଜୀବିତ ହୋଇଥିବା ପରିଲଖିତ ହୋଇଛି ।