ଗଜପତି ଜିଲ୍ଲାରେ ସାରର କଳାବଜାରି ଚାଲିଥିବା ନେଇ ଅଭିଯୋଗ : ଚାଷୀକୁଳ ସାର ନ ପାଇ ହନ୍ତସନ୍ତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗରୁଡ଼ ଧ୍ଵଜ ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାର ମୁଖ୍ୟ ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ।ଜିଲ୍ଲାର ସାତୋଟି ବ୍ଳକ ମଧ୍ୟରୁ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଳକ ହୋଇ ଥିବା ବେଳେ ୨ ଟି ସାଧାରଣ ବ୍ଳକ ଅଟେ ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ବିଭିନ୍ନ ଯୋଜନା କରିଛନ୍ତି । ଚାଷି କିପରି ସ୍ୱାବଲମ୍ବୀ ହୋଇ ପାରିବ ତାର ସାମାଜିକ ଅଭିବୃଦ୍ଧି ହୋଇ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବ ପ୍ରଚେଷ୍ଟା ଜାରି ରହିଛି କିନ୍ତୁ ଗଜପତି ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର ଶୀଳ । ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇ ଥାଏ । ଗୋଶାଣି ବ୍ଳକ, କାଶୀ ନଗର ବ୍ଳକ, ଗୁମ୍ମା ବ୍ଳକରେ ଧାନ ଚାଷ ଅଧିକ ହୋଇ ଥାଏ । ବର୍ତ୍ତମାନ ଖରିଫ ୠତୁରେ ଧାନ ଚାଷ ଚାଲି ଥିବା ବେଳେ ଚାଷି ସାର, ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି । ଚାଷିକୁ ସାର ଚଢା ଦରରେ ବିଭିନ୍ନ ଦୋକାନ ଓ ସମବାୟ ସମିତି ଫେଟିଲାଇଜରରୁ ଚଢା ଦରରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି । ସେହିପରି ସମବାୟ ସମିତିରେ ଚାଷୀ ଧାନ ମଣ୍ଡି ସକାଶେ ପଞ୍ଜିକୃତ କରିବାକୁ ଗଲେ ଚାଷି ଠାରୁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ଚାଷି ଧାନ ଉତ୍ପାଦନ କରିବା ପାଇଁ ନାନା ସମସ୍ୟା ଦେଇ ଗତି କରୁଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ବା ବିଭାଗୀୟ କର୍ତ୍ତୃପକ୍ଷ ନଜର ଦେଲେ ଚାଷି କୂଳ ଉପକୃତ ହୋଇ ପାରିବେ ବୋଲି ଗଜପତି ଜିଲ୍ଲାର ଚାଷୀ କୁଳ ଆଶା କରିଛନ୍ତି

ରିପୋର୍ଟ : କୃଷ୍ଣ କୁମାର ବେହେରା