ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଇଜି ଅରୁଣ ବୋଥ୍ରା ଗଜପତି ଜିଲ୍ଲା ଦିନିକିଆ ଗସ୍ତରେ ଆସି ଆଦର୍ଶ ଥାନା ପରିସରରେ ଶିଶୁ ମିତ୍ର ଥାନାର ଶିଶୁ କକ୍ଷ ଶୁଭ ଉଦଘାଟନ କରିଛନ୍ତି । ଥାନାକୁ ଆସୁଥିବା ଶିଶୁଙ୍କୁ ଏକ ଆନନ୍ଦ ପରିବେଶ ମଧ୍ୟରେ ଆଇନ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଏହି ଶିଶୁ ମିତ୍ର ଥାନା ଖୋଲିଛନ୍ତି । ଏହି କାର୍ଯ୍ୟକ୍ରମକୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପୋଲିସ ନିରୀକ୍ଷକ ସାରା ଶର୍ମା କାର୍ଯ୍ୟକାରୀ କରିଥିବାରୁ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଜିଲ୍ଲାରେ ଶିଶୁ ସୁରକ୍ଷା ଜନିତ ଅଭିଯୋଗ ଗୁଡ଼ିକର ସହାୟ ହେବ ଏକ ବନ୍ଧୁତ୍ୱପୂର୍ଣ୍ଣ ଆକର୍ଷିତ ପରିବେଶ ସୃଷ୍ଟି କରିପାରିବ ବୋଲି ଆଇଜି ବୋଥ୍ରା କହିଛନ୍ତି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀଙ୍କ ସମେତ ବହୁ କର୍ମଚାରୀ ଯୋଗଦେଇ ଥିଲେ ।
ରିପୋର୍ଟ : ସୁଜିତ ପ୍ରଧାନ