


ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସହରରେ ବସବାସ କରୁଥିବା ଗଜପତି ଜିଲ୍ଲାବାସୀଙ୍କୁ ନେଇ ଗଠିତ ଗଜପତି ଜିଲ୍ଲା ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଫେସର ଅମୀୟ ପରିଛା, ଆଇ ଟି ଆଇ ର ଅଧ୍ୟକ୍ଷ ଇଂ ରଜତ କୁମାର ପାଣିଗ୍ରାହୀ, ଶ୍ରୀମତୀ ଅରୁନ୍ଧତୀ ରଥ, ରମେଶ ପାଢ଼ୀ ଓ ସମ୍ପାଦକ ତୀର୍ଥବାସୀ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସଂଘର ସଦସ୍ୟଙ୍କ ପରିବାରର ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ପ୍ରାୟ ଶତାଧିକ ଗଜପତି ଜିଲ୍ଲାର ପରିବାର ସଦସ୍ୟ ଯୋଗଦେଇଥିଲେ। ଶେଷରେ ଶକ୍ତିଧର ରାଜଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା