

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଏସପି ସାରା ଶର୍ମା ଏହାକୁ ଉଦ୍ଘାଟନ କରିଥିଲେ । ରାଣୀପେଣ୍ଠ ଖ୍ରୀଷ୍ଠିୟାନ ଚକ୍ଷୁ ଡାକ୍ତରଖାନା ତରଫରୁ ଅଭିଜ୍ଞ ଚକ୍ଷୁ ଡାକ୍ତର ନିର୍ମଳା ରାଓ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏହି ଶିବିର ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଶତାଧିକ ଲୋକେ ଏହି ଶିବିରରେ ଚକ୍ଷୁ ଚିକିତ୍ସା କରି ମାଗଣାରେ ଔଷଧ ପାଇଥିଲେ । ପାରଳା ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ନାୟକ ଏହାକୁ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

