

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରର ଗଜପତି ନଗର ଠାରେ ଗଜପତି ନଗର ଉନ୍ନୟନ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମ ଗଜପତି ନଗର ଉନ୍ନୟନ କମିଟିର ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପକରେ ସମିତିର ସାଧାରଣ ସମ୍ପାଦକ ସତୀଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ । ବିଶେଷ କରି ଜଳ ନିଷ୍କାସନ, ଶ୍ମଶାନ ନିର୍ମାଣ, ପାର୍କ ନିର୍ମାଣ, କମ୍ୟୁନିଟି ହଳ ନିର୍ମାଣ, ବନ୍ଧର ପୁନରୁଦ୍ଧାର ଆଦି ଦାବୀ କରି ଉଭୟ ନେତାଙ୍କ ନିକଟରେ ସମିତି ପକ୍ଷରୁ ରଖାଯାଇଥିଲା । ଏ ଅବସରରେ ଅଞ୍ଚଳର କୁନି କୁନି କଳାକାର ମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ପାତ୍ର, ନିର୍ମଳ ପାଢ଼ୀ, ସୂଦୀପ ପାଣିଗ୍ରାହୀ, ରଞ୍ଜନ ପଣ୍ଡା, ସତୀଶ ପଟ୍ଟନାୟକ, ନିରଞ୍ଜନ ଦାଶ, ସଂଜୟ ତ୍ରିପାଠୀ, କୃଷ୍ଣ ପଣ୍ଡା, ଶିଶିର ମିଶ୍ର, ପ୍ରଶାନ୍ତ ମହାପାତ୍ର, ଶାନ୍ତନୁ ପାଢ଼ୀ, ଜଗନମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମିତିର ଉପସଭାପତି ବିନୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
