ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠ ଗ୍ରାମରେ ଥିବା ଟେକ୍ନୋ ପାର୍କ ସ୍ଥିତ ଗଜପତି ଫାର୍ମାସୀ କଲେଜ ପକ୍ଷରୁ ୫୮ ତମ “ଜାତୀୟ ଫାର୍ମାସୀ ସପ୍ତାହ-୨୦୧୯ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଓ ରୋଗୀ’ଙ୍କୁ ଫଳ , ଓଆରଏସ ଏବଂ ବିସ୍କୁଟ ପ୍ରଭୃତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ସ୍ଥାନୀୟ ମହାରାଜା’ଙ୍କ ପ୍ୟାଲେସ୍ ସମ୍ମୁଖ’ରୁ ଏକ ବିରାଟ ଶୋଭାଯାତ୍ରା, ଫାର୍ମାସୀ କଲେଜ’ର ଛାତ୍ରାଛାତ୍ରି ମାନଙ୍କ ଦ୍ୱାରା ବାହାରିଥିଲା । ଛାତ୍ରାଛାତ୍ରି ମାନେ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ସବୁ ଧରି ଏବଂ ବିଭିନ୍ନ ସ୍ଲୋଗାନ-ମାନ ଦେଇ ସହର ପରିକ୍ରମା କରିବା ପରେ ସ୍ଥାନୀୟ ମୁଖ୍ୟ ଚିକିତ୍ସ୍ୟଳୟ ଠାରେ ପହଞ୍ଚି ଥିଲେ । ବିନୋଦିନୀ ସାଇନସ କଲେଜ’ର ରାଜନୀତି ବିଜ୍ଞାନ ବିଭାଗ’ର ବରିଷ୍ଠ ଅଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଜନ-ସଚେତନତା ଶୋଭାଯାତ୍ରା’ଟିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଵ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟଳୟ ଠାରେ ଥିବା ପ୍ରସୂତି କାଳୀନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗ’ରେ ଥିବା ପ୍ରସୂତି , ମା ଓ ଶିଶୁ ମାନଙ୍କୁ କଲେଜ ପକ୍ଷରୁ କଲେଜ’ର ଛାତ୍ରାଛାତ୍ରି , ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଖିଲା ତଥା ହାଲୁକା ଖାଦ୍ୟ ଯଥା ବିଭିନ୍ନ ଫଳ ଓ ବିସ୍କୁଟ ସହ ଓଆରଏସ ପାନୀୟ ପ୍ରଭୃତି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ’ର ପ୍ରିନ୍ସିପାଲ ଡ଼ଃ ସଚ୍ଚି ନନ୍ଦନ ଦାସ ଯୋଗଦେଇ କାର୍ଯ୍ୟକ୍ରମ ପାଳନ’ର ଆଭିମୁଖ୍ୟ ସମ୍ପର୍କରେ ଆଧିକ୍ ସୂଚନା ଦେଇ କହିଥିଲେ ଯେ , ରୋଗୀ ମାନେ କୋଣସି ପ୍ରକାର ଔଷଧ ଖାଇବା ପୂର୍ବରୁ ଡାକ୍ତର କି ଫାର୍ମାସିଷ୍ଟ’ଙ୍କ ପରାମର୍ଶ ନେବା , ଔଷଧ’କୁ ଭଲଭାବେ ଜାଣି ତାକୁ କିଭଳି ଠିକ ସମୟରେ ଏବଂ ଉଚିତ ପରିମାଣ’ର ଖାଇ ଆରୋଗ୍ୟ ହେବେ ଏହାହିଁ ସପ୍ତାହ ପାଳନ’ର ବାର୍ତ୍ତା ବହନ କରିଥାଏ । ପୂର୍ବରୁ ଆମେ ସତର୍କ ରହି ପ୍ରତିରୋଧ ତଥା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ପାରିଲେ ତାହା ରୋଗ ଆରୋଗ୍ୟ ଠାରୁ ଆହୁରି ଅଧିକ ଉତ୍ତମ । ଏହାକୁ ସମସ୍ତେ ମାନିବା ଆବଶ୍ୟକ ଯାହାକି ଆରୋଗ୍ୟ ଜୀବନଯାପନ ପ୍ରଣାଳୀ’ରେ ବେଶ ସୁଫଳ ମିଳିପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଜନ-ସଚେତନତା ଶୋଭାଯାତ୍ରା ଓ ମୁଖ୍ୟ ଚିକିତ୍ସ୍ୟଳୟ’ରେ ପ୍ରସୂତି , ମା ଓ ଶିଶୁ’ଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ଗଜପତି ଫାର୍ମାସୀ କଲେଜ’ର ଅଧ୍ୟକ୍ଷ ଡ଼ଃ ସଚ୍ଚି ନନ୍ଦନ ଦାସ’ଙ୍କ ସମେତ ପ୍ରଶାସନିକ ଅଧିକାରୀ ବର ପ୍ରସାଦ ତ୍ରିପାଠୀ , ଅଧ୍ୟାପକ ପ୍ରବୀଣ କୁମାର ମିଶାଲ , ଅଧ୍ୟାପିକା ରଶ୍ମିତା ଦାସ , ଅଧ୍ୟାପିକା ଚଞ୍ଚଳା ଚପାଦି , ଏବଂ ଅଧ୍ୟାପିକା ନନ୍ଦିନୀ ମାଝୀ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା