

ପାରଳାଖେମୁଣ୍ଡି (କୃଷ୍ଣ କୁମାର ବେହେରା) ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ହିତେଇସିନୀ ସଭାଗୃହରେ ସଦ୍ୟ ସମ୍ବର୍ଦ୍ଧିତ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧନା ପାଇଥିବା ଗୌରଚନ୍ଦ୍ର ପଣ୍ଡାଙ୍କୁ ଗଜପତିର ବିଭିନ୍ନ ଅନୁଷ୍ଠାନ ତରଫରୁ ପୁନଃ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଶୁଭ ଅବସରରେ ଶ୍ରୀ ପଣ୍ଡା ଏକାଡେମୀ ଆନୁକୁଲ୍ୟରେ ପାଇଥିବା ଏକ ଲକ୍ଷ ଟଙ୍କାର ଚେକ ମାନପତ୍ର, ମୋମେଣ୍ଟ, ଉପଢୌକନ ପ୍ରଦର୍ଶନ କରିଥିଲେ । ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅରୁଣା ସାମଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଭାରତ ଭୂଷଣ ମହାନ୍ତି, ଆଚାର୍ଯ୍ୟ ବିନ୍ଦଚନ୍ଦ୍ର ଜେନା ଯୋଗଦେଇ ପାରଳାଖେମୁଣ୍ଡିର ଐତିହ ସମ୍ପନ୍ନ ସାରସ୍ୱତ ସାଧନାର ଏନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ । ଗୌରଚନ୍ଦ୍ର ପଣ୍ଡାଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରନନ୍ଦ ବେବର୍ତ୍ତାଙ୍କୁ ତକଲହିତେସିନୀ ତରଫରୁ ପୂର୍ଣଚନ୍ଦ୍ର ମହାପାତ୍ର ଉପଢୌକନ ଦେଇ ଅଭିନନ୍ଦନ ଜଣାଇଥିଲେ । ସ୍ୱର୍ଣ୍ଣପ୍ରଭା ପାଠୀ, ଆସଲତା ପାଣିଗ୍ରାହୀ, ଡକ୍ଟର କଲ୍ୟାଣୀ ମିଶ୍ର, ପ୍ରାତୁଷ ପଣ୍ଡା, ମୁରଲୀଧର ପରିଛା, ନିତ୍ୟାନନ୍ଦ ଚୌଧୁରୀ, ଗୋପାଳ ଚନ୍ଦ୍ର ସତପଥି ପ୍ରଭୁତି ନିଜ ନିଜ ଅଭିଭାଷଣରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ମହାପାତ୍ରଙ୍କ ଶତାୟୁ କାମନା କରି ନୁଆପୀଢ଼ିଙ୍କୁ ସାରସ୍ୱତ ସାଧନା କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଆଶ୍ରିବାଦ ଚାହିଁଥିଲେ । ପ୍ରାରମ୍ଭରେ ପଣ୍ଡିତ ନରସିଂହ ଗୌଡ଼ ଗୀତା ପାଠ କରିଥିବା ବେଳେ ଶେଷରେ ସ୍ଵର୍ଣ ପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।