

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୂଖ୍ୟ ଚିକିତ୍ସାଳୟ ମଧ୍ୟରେ ଥିବା ରକ୍ତଭଣ୍ଡାରରେ ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ରକ୍ତଭଣ୍ଡାର ଇନଚାର୍ଜ ଡାଃ. ରାମଲକ୍ଷ୍ମୀ ଗାତପତି ରକ୍ତଦାତା ସ୍ଵେଚ୍ଛାସେବୀ ସଂଗଠନର ସଭାପତି ଜି. ନବୀନ କୁମାର, ଉପସଭାପତି ଏସ. ରୁଷି, ସମ୍ପାଦକ ଚନ୍ଦ୍ର ଶେଖର ଓ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା । ଆଖପାଖ ଅଞ୍ଚଳର ଅନେକ ଯୁବକ ଯୁବତୀ, କଲେଜ ଛାତ୍ରଛାତ୍ରୀ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କେତେକ ସ୍ଵେଚ୍ଛାସେବି ଉପସ୍ଥିତ ରହି ରକ୍ତଦାନ କରିଥିଲେ । ପ୍ରାୟ ୪୦ ଜଣ ରକ୍ତଦାନ କରିବା ଫଳରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇ ରକ୍ତଭଣ୍ଡାରରେ ରଖାଯାଇଥିଲା । ଏହି ରକ୍ତସବୁ ଅନେକ ଗରିବ ଅସହାୟ ରୋଗୀଙ୍କ ଜୀବନ ରକ୍ଷା ଲାଗି ଉପଯୋଗି ହୋଇ ପାରିବ ବୋଲି ରକ୍ତଦାତା ସବୁ ବଡ ଉତ୍ସାହ ହୋଇଥିବା କହିଥିଲେ । ଏହି ବ୍ଲଡ୍ ଡୋର୍ନର୍ ଗୃପ୍ ବର୍ଷର ଅନେକ ସମୟରେ ମଧ୍ୟ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତଦାନ କରିଥାନ୍ତି । ତାହା ସହିତ ଯଦି ନିକଟସ୍ଥ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାର କୌଣସି ରୋଗୀର ହଠାତ୍ ରକ୍ତର ଆବଶ୍ୟକତା ହୁଏ ତେବେ ଗୃପ୍ କୌଣସି ସଭ୍ୟଙ୍କ ଦ୍ୱାରା ତାହା ପୂରଣ କରିଥାନ୍ତି । ଏପରି ରକ୍ତଦାନରେ ପ୍ରତେକ ଖୁସି ଅନୁଭବ କରୁଥିବାର ପ୍ରକାଶ କରିଛନ୍ତି । ଏହି ଶିବିରରେ ଶିଶିର କୁମାର, ଭଞ୍ଜ ସାମନ୍ତ, ମୋହିନୀ ପ୍ରଧାନ, ଦାନାନା ପ୍ରଦୀପ, ନବୀନ ରକି, ଅମ୍ବିକା ମହାପାତ୍ର, ରବି କୁମାର, ଦେବେନ୍ଦ୍ର ନାଥ ଜମଦାର ପ୍ରମୁଖଙ୍କ ସମେତ ସଂଗଠନର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଓ ସଭ୍ୟଙ୍କ ସହ ରକ୍ତ ସଂଗ୍ରାହଳୟର ଡାକ୍ତର ଓ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ । ରକ୍ତଦାତାଙ୍କୁ ସାର୍ଟିଫିକେଟ୍ ଦେଇ ଉତ୍ସାହିତ କରାଯାଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା


