


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାଦ୍ରବ ଅମାବାସ୍ୟା ପରେ ପରେ କାଶତଣ୍ଡୀର ଶ୍ୱେତବସ୍ତ୍ରରେ ଧରିତ୍ରୀରାଣୀ ଶୋଭା ପାଉଥିବା ସମୟରେ ମାଁ ଦୁର୍ଗାଙ୍କ ପୂଜା ସମଗ୍ର ଦେଶ ବିଦେଶରେ ଝଙ୍କରିତ ହେଲା । ପୁରପଲ୍ଲୀରେ ୧୫ଦିନ ଝୁମି ଉଠିଲା ମାଁଙ୍କ ଝଙ୍କାର । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଠାରେ ଦୁର୍ଗା ପୂଜା, ମାଁ କାଳୁଆଙ୍କ ଯାତ୍ରାର ଗହଳଚହଳ ଥମିବା ପୂର୍ବରୁ ପୁଣି ଚଳଚଞ୍ଚଳ ହୋଇଉଠିଲା ମା ଗଜଲକ୍ଷ୍ମୀଙ୍କ ପୂଜା । ଧନଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ମହାଆଡମ୍ବରରେ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଯାଏଁ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାଳିତ ହୋଇ ଆସୁଅଛି । ଅଧ୍ୟକ୍ଷ ଲଲିତ ମଙ୍ଗରାଜ, ସମ୍ପାଦକ ପ୍ରମୋଦ ପାଢ଼ୀ, ଶିବ ନରସିଂହ ସାହୁ, ଗୋପାଳ ସାହୁ, ମୁନା, ଦୁବୁନୁ ପାତ୍ର କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ ।


ସେହିପରି ଛତ୍ରପୁରର ବାଟଛତ୍ରପୁର ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ସହ ପୂଜା ଅର୍ଚ୍ଚନା କରିଥିଲେ । ମଝି ବଜାରରେ ମହାଶକ୍ତି ବଣିକ ସଂଘ ପକ୍ଷରୁ ଛତ୍ରପୁରରେ ପ୍ରଥମ ଥର ପାଇଁ ସଭାପତି କିଶୋର ସେନାପତି ଓ ପରିଚାଳନାରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସେହିପରି ଛତ୍ରପୁର ଲୋୟର ବସଷ୍ଟାଣ୍ଡ ସ୍ଥିତ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମା’ଙ୍କ ପୂଜା ପାଇଁ କଳସ ଯାତ୍ରା ଓ ଅଙ୍କୁରା ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପୂଜକ ସରୋଜ ଚନ୍ଦ୍ର ଶତପଥୀ ଓ ନରସିଂହ ପଣ୍ଡା, ସୁମନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କମିଟିର ସଭାପତି ବସନ୍ତ କୁମାର ମହାରଣାଙ୍କ ନେତୃତ୍ୱରେ ସମସ୍ତ ପୂଜା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

