

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ନ୍ୟୁ କଲୋନୀରେ ହେଉଥିବା ଶ୍ରୀ ଶ୍ରୀ ମା ଗଜଳଷ୍ମୀ ପୂଜାର ପ୍ରଥମ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ଶ୍ରୀ ଶ୍ରୀ ମା ଗଜଳଷ୍ମୀ ପୂଜା ନ୍ୟୁ କଲୋନୀ କମିଟିର ୨୪ତମ ବର୍ଷର ପୂଜାକୁ ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା କରିଥିଲେ । ଏବଂ ଏହି ବର୍ଷ କିଭଳି ଅତି ଆଡମ୍ବର ସହ ପୂଜା ହେବ ଓ ଏହି ବର୍ଷ ମା ଗଜଳଷ୍ମୀ ପୂଜା ସହର ବାସୀଙ୍କୁ କିପରି ଆକର୍ଷଣୀୟ କରିପାରିବ ତାହାକୁ ନେଇ କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ଏହି ବୈଠକରେ କମିଟିର ସଭାପତି ସହଦେଵ ଚୌଧୁରୀ, ସମ୍ପାଦକ ଏନ.ତ୍ରିନାଥ ରାଓ, ଉପଦେଷ୍ଟା ଶଙ୍କରସନ ମଙ୍ଗରାଜ, ସଭ୍ୟସାଚୀ ସାହୁ, ସାଧାରଣ ସମ୍ପାଦକ ଅର୍ଜୁନ ମହାନ୍ତି, କୋଷାଦକ୍ଷ ଦିଲୀପ ସାହୁ, ଉପ ସମ୍ପାଦକ ସନ୍ତୋଷ କୁମାର ବ୍ରମା, ଅଶୋକ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ