

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଷ୍ଟେସନ ରୋଡ଼ ସ୍ଥିତ ସର୍କିଟ ହାଉସ ଠାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରୂପେ ମନୋନୀତ ହୋଇଥିବାରୁ ଗଞ୍ଜାମଜିଲ୍ଲା ବିଜୁ ଜନତା ଦଳ ପରିବାର ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ବିକ୍ରମ ପଣ୍ଡା, ସୁବାଷ ମହାରଣା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ବେହେରା ଓ ଧନଞ୍ଜୟ ରାଓଙ୍କ ସମେତ ଗଞ୍ଜମ ଜିଲ୍ଲା ବିଜୁ ଜନତା ଦଳର ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

