



ଛତ୍ରପୁର(ସମୃଦ୍ଧ ଓଡ଼ିଶା)ଗଞ୍ଜାମଜିଲ୍ଲାସ୍ତରୀୟ ସମିତିସଭ୍ୟ/ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଗଠନ ହୋଇଛି । ଗତକାଲି ଛତ୍ରପୁର ଠାରେ ଅନୁଷ୍ଠିତ ଏହି ସମସ୍ତ ସଭ୍ୟସଭ୍ୟାଙ୍କ ବିଭିନ୍ନ ସମସ୍ୟାଉପରେ ଆଲୋଚନା ଏବଂ ନୂତନ କର୍ମକର୍ତ୍ତା ଗଠନ ହୋଇଛି । ତୃଣମୂଳ ସ୍ତରର ଗଠିତ ଏହି ଜିଲ୍ଲା ସଂଗଠନର ସଭାନେତ୍ରୀ ଦାୟିତ୍ବରେ ରହିଲେ ବୁଗୁଡ଼ା ବ୍ଳକ୍ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏବଂ ସାଧାରଣ ସମ୍ପାଦକ ଭାବେ ଗଣ୍ଡଳା ସମିତିସଭ୍ୟ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସର୍ଵସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।ଏତଦବ୍ୟତୀତ ଅନ୍ୟାନ୍ୟ ପଦବୀ ସମେତ ଉପଦେଷ୍ଟାମଣ୍ଡଳୀ ଆଦି ସହ କର୍ମକର୍ତ୍ତା ଗଠିତ ହୋଇଛି । ବୈଠକ ସରିବା ପରେ ଗଞ୍ଜାମଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଛି । ଜିଲ୍ଲାର ୨୨ଟି ବ୍ଳକ୍ ର ୫୦୩ ଗ୍ରାମପଞ୍ଚାୟତସ୍ତରରୁ ପ୍ରତିନିଧିତ୍ୱ କରୁଥିବା ସମିତିସଭ୍ୟମାନେ ଯୋଗଦେଇ ୧୦ଦଫା ଦାବୀ ସମ୍ଵଳିତ ଦାବୀ ଉପସ୍ଥାପନା କରିଥିବା ସାଂଗକୁ ଏସମ୍ପର୍କିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦତ୍ତ ହୋଇଛି ।