

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରୀଣି ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ବାପୁଜୀ ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଆଲୋଚନା ହେବା ସହ ଆସନ୍ତା ନିର୍ବାଚନର ନିର୍ଣ୍ଣ।ୟକ ଲଢ଼େଇରେ ସାମିଲ ହେବା ପାଇଁ କଂଗ୍ରେସ ନେତାମାନେ ଆହ୍ୱାନ ଦେଇଛନ୍ତି । ନବୀନ ସରକାର ସମୟରେ ଗଞ୍ଜାମଜିଲ୍ଲା ରାଜ୍ୟରେ ଏକ ପଛୁଆ ଜିଲ୍ଲାର ମାନ୍ୟତା ପାଇବା, ଜିଲ୍ଲାରେ ଅରାଜକତା, ବିଜେଡି ଦଳର ଗୁଣ୍ଡାରାଜ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ସହ ଆସନ୍ତା ମାସରେ ପିସିସି ସଭାପତିଙ୍କ ଗଞ୍ଜାମ ଗ୍ରସ୍ତ ସଂପର୍କରେ ଆଲୋଚନା କରାଯାଇଥିଲା । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶରେ କଂଗ୍ରେସର ବିପୁଳ ବିଜୟ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଧନ୍ୟବାଦ ଦିଆଯାଇଥିଲା । ରାଜ୍ୟର ଭ୍ରଷ୍ଟାଚାରୀ ନବୀନ ସରକାର ଓ କେନ୍ଦ୍ରର ମିଛୁଆ ମୋଦି ସରକାର ବିରୁଦ୍ଧରେ ୨୦୧୯ ନିର୍ବାଚନ ଏକ ନିଷ୍ଠାରକ ଯୁଦ୍ଧ ହେବ ବୋଲି ବକ୍ତାମାନେ କହିବା ସହ ଦେଶର ଧର୍ମନିରପେକ୍ଷଣା, ଅଖଣ୍ଡତାକୁ ରକ୍ଷା ପାଇଁ କଂଗ୍ରେସ କର୍ମୀମାନଙ୍କୁ ସଚେତନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଦୀପକ ପଟ୍ଟନାୟକ, ସନ୍ତୋଷ ନାୟକ, ସାକା ସୁଜିତ, ଗଞ୍ଜାମଜିଲ୍ଲା ପ୍ରଭାରୀ ସୁରେନ୍ଦ୍ର ମହାନ୍ତି, ସୀତାରାମ ପାଣିଗ୍ରାହୀ, ଦେବୀ ବିଷୋୟୀ, ଭୋକାଲି ସେଠି ଧର୍ମରାଜୁ, ଗୋକୁଳ କର, ବିଶ୍ୱଜିତ ତରେଇ, ସାହୀରାମ ପାତ୍ର, ତ୍ରିଲୋଚନ ରେଡ୍ଡୀ, ବିଶ୍ୱଜିତ ପାତ୍ର, ଅନିଲ ପରିଡା, ମହିଳା ନେତ୍ରୀ ସ୍ୱରୂପା ତ୍ରିପାଠୀ, ସୁଜ୍ଞାନୀ ପଟ୍ଟନାୟକ ପ୍ରଭୁତି ଯୋଗ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


