ଛତ୍ରପୁର (ସମୃଦ୍ଧ ଓଡିଶା) ନୃତ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ସେମାନଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଛତ୍ରପୁର ଜିଲ୍ଲା ସଂସ୍କୃତି ଭବନରେ ବହୁ ଜାକଜମକରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ଼. ସୌଭାଗ୍ୟ କୁମାର ସାହୁ ଯୋଗଦେଇ ଆଜିକାଲିର ପାରମ୍ପରିକ ନୃତ୍ୟ ଓ ନିର୍ଦ୍ଦେଶକ ମାନଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ତଥା ଲୋକ କଳା ବିଶେଷଜ୍ଞ ଭେଙ୍କେଟ ରାଓ ରେଡ୍ଡି ଯୋଗଦେଇ କଳା ପ୍ରଦର୍ଶନ କ୍ଷେତ୍ରରେ ଦେଶ ବିଦେଶରେ ଗଞ୍ଜାମ ଜିଲ୍ଳାର ପ୍ରମୁଖ ଭୂମିକା ରହିଥିବା ବେଳେ ନୃତ୍ୟ କଳାକୁ ଆହୁରି ରୁଧିମନ୍ତ କରିବା ପାଇଁ ଏଭଳି ଉତ୍ସବ ନିଶ୍ଚିତଭାବେ ଜନସଂଗ୍ରାମ ସୃଷ୍ଟି କରିବା ଫଳରେ ଲୋପ ପାଇ ଯାଉଥିବା କଳା ସଂସ୍କୃତି ପୁନଃ ଜୀବିତ ହେବ ବୋଲି ଦୃଢ଼ମତ ପ୍ରଦାନ କରି କଳାକାରମାନଙ୍କୁ ଆହୁରି ଉତ୍ସାହିତ ହେବାକୁ ଆହ୍ୱାନ ଦେଇଥିଲେ। ଯୁବ ସମାଜସେବୀ ସୟଦ୍ ମୁପ୍ତାର ଯୋଗ ଦେଇ ନୃତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆଦିତ୍ୟ କୁମାର ଶତପଥୀ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୂର୍ଯ୍ୟ ପଟ୍ଟନାୟକ, ପୂର୍ବତନ କାଉନସିଲର ବି. ରାଜୁ ବାବୁ ଯୋଗ ଦେଇ ଗଞ୍ଜାମ ଜିଲ୍ଲାରେ ବଞ୍ଚି ରହିଥିବା ବିଭିନ୍ନ କଳା ଓ ସଂସ୍କୁତି ସମ୍ପର୍କରେ ସାମ୍ୟକ ସୂଚନା ଦେଇଥିଲେ । ନୃତ୍ୟ ନିର୍ଦ୍ଦେଶକ ସଂଘର ପ୍ରଶାନ୍ତ କୁମାର ପଟ୍ଟନାୟକ, ସୁଧାଂଶୁଶେଖର ଶତପଥୀ, ଅମୂଲ୍ୟ ବାଙ୍ଗାରୀ, ପୁର୍ନଞ୍ଜୟ ଜେନା, ମଧୁସ୍ମିତା ପଟ୍ଟନାୟକ, ଜୀବନ କୁମାର ମହାରଣା, ଏନ୍. ଗୋପାଳ ରାଓ, ପ୍ରମିଳା ପ୍ରଧାନ, ଏନ୍. ରାଜେଶ ରାଓ ପ୍ରମୁଖ ଅଂଶ ଗ୍ରହଣ କରି ସଂଯୋଜନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା