
ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରେସ୍ମିଟ୍ । ବ୍ରହ୍ମପୁର ମୁନିସପାଲ କମିଶନରଙ୍କ ସୂଚନା ଗଞ୍ଜାମରେ ଏବେ କରୋନା ସ୍ଥିତି ସାମାନ୍ୟ ରହିଛି । ଧିରେ ଧିରେ କରୋନା ସଂକ୍ରମଣ ଗଞ୍ଜାମରେ କମିବାରେ ଲାଗିଲାଣି । ସେଥିପାଇଁ ଗଞ୍ଜାମରେ କୋଭିଡ କଟକଣାକୁ କୋହଳ କରାଯିବ । ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ସମୟ ସୀମା ବଢ଼ିବ । ସୋମବାର ଠାରୁ ଦୋକାନ ଖୋଲିବା ସମୟ ବଢ଼ିବ । ସକାଳ ୫ଟା ଠାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ଯାଇପାରିବ ବୋଲି ବିଏମ୍ବି କମିଶନର ସୂଚନା ଦେଇଛନ୍ତି । ବ୍ରହ୍ମପୁରରେ ୧୦ ହଜାରରୁ ଅଧିକ ବ୍ୟବସାୟୀ ରହିଛନ୍ତି । ତେବେ ଯଦି ଦୋକାନୀ ନିୟମ ଭାଙ୍ଗନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଗଣେଶ ପୂଜା ସହ ବଡ଼ ଉତ୍ସବକୁ ବାରଣ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ମନା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା